Jai Odisha
News

୧୨ ଘଣ୍ଟାରେ ଆଉ ଏକ ଲଘୁଚାପ ; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର, ୧୩/୦୮: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଲଘୁଚାପ ଯୋଗୁଁ ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଜି ଉପକୂଳ ଓ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା ଓ ତଳି ଅଞ୍ଚଳରେ ପାଣି ଜମିବା ଭଳି ସ୍ଥିତି ଉପୁଜିପାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ସମୟରେ ୪୫ରୁ ୬୫ କି.ମି. ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ହେବାର ଥିବାରୁ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।ଆଗାମୀ ୧୨ ଘଣ୍ଟାରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ମିଳିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ। ଫଳରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ୧୪ ଜିଲାରେ ପ୍ରବଳ ବର୍ଷା ହେବ। ଅଗଶିଷ୍ଟ ୧୬ ଜିଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ। ଏହା ମଧ୍ୟରେ ଲଘୁଚାପ ପ୍ରଭାବରେ ଟ୍ୱିନ ସିଟିରେ ଦିନ ତମାମ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ ସିଟିରେ ସହରୀ ବନ୍ୟାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।ଘଣ୍ଟାକୁ ୨ ରୁ ୩ ସେମି ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଟ୍ରାଫିକ୍‍ ସମସ୍ୟା ଓ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେବ। ଏହା ସହ କଟକ ଓ ଭୁବନେଶ୍ୱରର ତଳିଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି। ଉପରମୁଣ୍ଡରେ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି କାରଣରୁ ଆଉ ୪ଟି ଗେଟ୍‍ ଆଜି ଖୋଲା ଯାଇଛି। ବର୍ତ୍ତମାନ ମୋଟ ୨୪ଟି ଗେଟ୍‍ ଦେଇ ଜଳନିଷ୍କାସନ ଜାରି ରହିଛି।

Leave A Reply

Your email address will not be published.