Jai Odisha
News

୧୫ରୁ ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପକୋର୍ଟ

ଭୁବନେଶ୍ବର ,୧୩/୦୯: ରାଜସ୍ବ ସେବାକୁ ଅଧିକ ଲୋକାଭିମୁଖୀ କରିବା ଓ କ୍ରିୟାଶୀଳ କରିବା ପାଇଁ ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ କ୍ୟାମ୍ପକୋର୍ଟ କରିବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତା ୧୫ତାରିଖରୁ ଏହା ପୁଣିଥରେ ଆରମ୍ଭ ହେବ। ସବୁ ରାଜସ୍ବ ମାମଲା ପାଇଁ ଲୋକମାନଙ୍କୁ ତହସିଲ ଯିବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨/୩ଦିନ ବିଭିନ୍ନ ସେମାନଙ୍କ ଅଧୀନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପଞ୍ଚାୟତ ଓ ଗ୍ରାମରେ କ୍ୟାମ୍ପ କୋର୍ଟ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି। ପ୍ରତିମାସରେ ପ୍ରତ୍ୟେକ ତହସିଲଦାର/ଅତିରିକ୍ତ ତହସିଲଦାର ସେମାନଙ୍କ ଅଧୀନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ବ ମାମଲାର ଫଇସଲା କରିପାରିବେ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି । ରାଜସ୍ଵ ରଥ ମାଧ୍ୟମରେ ଲୋକଙ୍କ ଘରେ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାରର ସାର୍ଟିଫିକେଟ ବଣ୍ଟାଯାଉଛି । ପ୍ରତ୍ୟେକ ଜିଲ୍ଲାର ରାଜସ୍ଵ ସମୀକ୍ଷା ବୈଠକ ଫଳରେ ରାଜସ୍ୱ ସେବାରେ ଉଲ୍ଲେଖନୀୟ ପରିବର୍ତନ ଆସିଛି ରାଜସ୍ଵ ସମୀକ୍ଷା ବୈଠକ ପରେ ରାଜସ୍ଵ ରଥ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପାଖାପାଖି ୧ ଲକ୍ଷ ପଟ୍ଟା ବଣ୍ଟନ କରାଯାଇଛି ଏବେ ପ୍ରାୟ କୌଣସି ବିବିଧ ଏବଂ ଜାତିଗତ ପ୍ରମାଣପତ୍ର ଓ ନିବାଦବିହୀନ ଦାଖଲ ଖାରଜ ମାମଲାରେ ଲୋକମାନଙ୍କୁ ତହସିଲ ଯିବାର ଆବଶ୍ୟକତା ନାହିଁ ତଥାପି ରାଜସ୍ଵ କୋର୍ଟରେ ଶୁଣାଣି ହେଉଥିବା ବିଭିନ୍ନ ରାଜସ୍ଵ ମାମଲାର ଫଇସଲା ପାଇଁ ଲୋକମାନଙ୍କୁ ତହସିଲ ଅଫିସ ଯିବାକୁ ପଡିଥାଏ ସେହି ସବୁ ରାଜସ୍ଵ ମାମଲାରେ ଲୋକମାନଙ୍କୁ ତହସିଲ ନ ଯିବା ପାଇଁ ତଥା ରାଜସ୍ଵ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଓ ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସମସ୍ତ ରାଜସ୍ୱ କ୍ଷେତ୍ରାଧୁରୀ ଯଥା ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

  
Leave A Reply

Your email address will not be published.