Jai Odisha
News

୧୫ରୁ ସେସ୍କୋ ପୂର୍ବତନ ସୈନିକ କର୍ମଚାରୀ ସଂଘର ଆନ୍ଦୋଳନ

ଭୁବନେଶ୍ୱର,୧୪।୩:୨୦୦୨ରେ ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ୧୨୫୦ ପୂର୍ବତନ ସୈନିକଙ୍କୁ ସେସ୍କୋ ତରଫରୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଥିଲା। ଏହି ୨୨ ବର୍ଷରେ ପ୍ରାୟ ୮୦ ପ୍ରତିଶତଙ୍କର ଅବସର ଓ ପରଲୋକ ପରେ ବର୍ତ୍ତମାନ ୨୨୦ଜଣ କାର୍ଯ୍ୟରତ ଅଛନ୍ତି। ପର୍ଯ୍ୟାୟକ୍ରମେ ସେସ୍କୋ, ସେସୁ ଅଧୀନରେ କାମ କଲା ପରେ ଏବେ ଏମାନେ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିସିଓଡିଏଲ)ରେ କାର୍ଯ୍ୟ କରୁଛନ୍ତି। ହେଲେ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କ ମନୋମୁଖୀ ଓ ବୈମାତୃକ ବ୍ୟବହାର ଯୋଗୁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ସମାନ କାମ ପାଇଁ ସମାନ ଦରମା ଲାଗୁ କରା ନ ଯାଇ ବିଭିନ୍ନ ଅନୁସଙ୍ଗିକ ସୁବିଧା, ସୁଯୋଗରୁ ବଞ୍ଚିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଏକ ବୈଠକ କରାଯାଇ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଏକ ଚରମପତ୍ର ଦିଆଯାଇଛି। ଟିପିସିଓଡିଏଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ମାର୍ଚ୍ଚ ୧୫ରୁ କାର୍ଯ୍ୟରୁ ବିରତ ରହି ରାଜଧାନୀ ଲୋୟର ପିଏମଜିରେ ଆନ୍ଦୋଳନ କରିବ ବୋଲି ସଂଘର ସାଧାରଣ ସମ୍ପାଦକ ସୀତାକାନ୍ତ ପଣ୍ଡା କହିଛନ୍ତି। ବୈଠକରେ ସଭାପତି ପ୍ରଦିପ୍ତ ରାୟ, ଉପ ସଭାପତି ଚନ୍ଦନ ରାଉତରାୟ, କୋଷାଧ୍ୟକ୍ଷ ମନୋଜ ପାତ୍ର, ଉପଦେଷ୍ଟା ବିଶ୍ବନାଥ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ନିରାକାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.