Jai Odisha
News

୧୬ ପ୍ରକଳ୍ପ: ନିବେଶ ୪ ହଜାର କୋଟି

ଭୁବନେଶ୍ବର,୧ା୧:ରାଜ୍ୟସ୍ତରୀୟ ସିଙ୍ଗଲ୍‍ ୱିଣ୍ଡୋ କ୍ଲିଅରାନ୍ସ କର୍ତ୍ତୃପକ୍ଷଙ୍କ ବୈଠକରେ ଆଜି ୪ ହଜାର ୧୮୩ କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହିସବୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହିସବୁ ପ୍ରକଳ୍ପ କାଠ, ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତଶିଳ୍ପ, ପ୍ଲାଷ୍ଟିକ୍‍, ପର୍ଯ୍ୟଟନ ଆଦି ଉପରେ ପର୍ଯ୍ୟବସିତ । ଏଥିମଧ୍ୟରୁ ୬ଟି ପ୍ରକଳ୍ପ ଖୋର୍ଦ୍ଧାରେ ହେବାକୁ ଥିବାବେଳେ ପୁରୀରେ ୩ଟି, କୋରାପୁଟ୍‍ରେ ୨ଟି ଏବଂ କଟକ, ଭଦ୍ରକ, ଧାମରା, ମୟୂରଭଞ୍ଜ ଓ ଅନୁଗୁଳରେ ଗୋଟିଏ ଲେଖାଏଁ ପ୍ରକଳ୍ପ ସ୍ଥାପିତ ହେବ । ଏହାଦ୍ୱାରା ୧୨ ହଜାର ୯୭୩ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ୧୬ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ୯ଟି କ୍ଷେତ୍ରରେ ହେବାକୁ ଥିବା ଏସବୁ ପ୍ରକଳ୍ପରେ ୪୧୮୩ କୋଟି ଟଙ୍କା ନିବେଶ ହେବ। ୧୨,୯୮୩ ଲୋକ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଛି। ତା’ଛଡା ୧୦ଟି ବୃହତ ପ୍ରକଳ୍ପକୁ ବିଚାର ପାଇଁ ଉଚ୍ଚକ୍ଷମତାପନ୍ନ କମିଟିକୁ ପଠାଯାଇଛି।ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କ ୧୨୪ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କାଗଜ, କାଠ ଓ ଜଙ୍ଗଲଜାତ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ, ଆନୁଷଙ୍ଗିକ ଧାତବ, ପଲିମର ଓ ପ୍ଲାଷ୍ଟିକ, ବର୍ଜ୍ୟ ପରିଚାଳନା, କେମିକାଲ, ପର୍ଯ୍ୟଟନ, ସିମେଣ୍ଟ ଆଦି କ୍ଷେତ୍ରରେ ଶିଳ୍ପସ୍ଥାପନ ପାଇଁ ୧୬ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ସେଥିରୁ ଖୋର୍ଦ୍ଧା ଜିଲାରେ ୬ଟି ହେବାକୁ ଥିବାବେଳେ ପୁରୀରେ ୩ଟି, କୋରାପୁଟରେ ୨ଟି, କଟକ, ଭଦ୍ରକ, ମୟୂରଭଞ୍ଜ, ଅନୁଗୋଳ ଜିଲାରେ ଗୋଟିଏ ଲେଖାଏଁ ଶିଳ୍ପ ରହିବ। ଗ୍ରିନପ୍ଲାଏ ସ୍ପେଶାଲିଟି ପାନେଲ ପ୍ରାଇଭେଟ ଲିମିଟେଡ, ଗ୍ରିନପ୍ଲାଏ ସାଣ୍ଡିଲା ପ୍ରାଇଭେଟ ଲିମିଟେଡ, ବରୁଣ ବେଭରେଜ ଲିମିଟେଡ, ୱାଇଲ୍ଡଲୋଟସ ଟେକଷ୍ଟାଇଲ ପ୍ରାଇଭେଟ ଲିମିଟେଡ, ଏସଏପିଏଲ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ, ଗୋଲଡେନ ସିମସ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ, କଟନ ୱାର୍ଲଡ(ୟୁନିଟ-୨), ଟିଆରଏଲ କ୍ରୋସକି ରିଫ୍ରାକ୍ଟୋରିଜ ଲିମିଟେଡ, ସୁଦିଶା ଫାଉଣ୍ଡରି ପ୍ରାଇଭେଟ ଲିମିଟେଡ, ସିସକଲ ଇନଫ୍ରା ପ୍ରାଇଭେଟ ଲିମିଟେଡ, ଶ୍ରୀମା ପଲିଫିଲ୍ମସ ଲିମିଟେଡ, ଶ୍ରୀ ଚକ୍ର ପଲିପ୍ଲାଷ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଏମଟିସି ବିଜିନେସ ପ୍ରାଇଭେଟ ଲିମିଟେଡ, ଚଲାହ ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ, ପ୍ରଭୁକୃପା ଇଷ୍ଟେଟ ଆଣ୍ଡ ପ୍ରପର୍ଟିଜ ଏବଂ ଜିନ୍ଦଲ ପାନ୍ଥର ସିମେଣ୍ଟ ପ୍ରାଇଭେଟ ଲିମିଟେଡ ଆଦି ସଂସ୍ଥାର ପ୍ରକଳ୍ପ ଅନୁମୋଦନ ଲାଭ କରିଛି। ଗ୍ରିନପ୍ଲାଏ ସ୍ପେଶାଲିଟି ପାନେଲ ପ୍ରାଇଭେଟ ଲିମିଟେଡ, ଗ୍ରିନପ୍ଲାଏ ସାଣ୍ଡିଲା ପ୍ରାଇଭେଟ ଲିମିଟେଡ କୋରାପୁଟ ଜିଲାର ସେମିଳିଗୁଡାଠାରେ ଫାଇବର ଓ ପ୍ଲାଏଉଡ କାରଖାନା କରିବେ। ଟିଆରଏଲ କ୍ରୋସକି ରିଫ୍ରାକ୍ଟୋରିଜ ଲିମିଟେଡ ଧାମରାଠାରେ ଆନୁଷଙ୍ଗିକ ଧାତବ ଶିଳ୍ପ କରିବାକୁ ଥିବାବେଳେ ପ୍ରଭୁକୃପା ଇଷ୍ଟେଟ ଆଣ୍ଡ ପ୍ରପର୍ଟିଜ ପକ୍ଷରୁ ପୁରୀର ଶିପସରୁବାଲି ଅଞ୍ଚଳରେ ୪ ତାରକା ବିଶିଷ୍ଟ ହୋଟେଲ କରାଯିବ। ବରୁଣ ବେଭରେଜ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାରେ ପାନୀୟ କାରଖାନା ସହ ୩ ମେଗାୱାଟ କ୍ଷମତା ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ କରାଯିବ। ଜିନ୍ଦଲ ପାନ୍ଥର ସିମେଣ୍ଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଅନୁଗୋଳଠାରେ ସିମେଣ୍ଟ କାରଖାନା କରାଯିବ ବୋଲି ଜଣାପଡିଛି। ଏତଦବ୍ୟତୀତ ୧୦ଟି ବଡ଼ ପ୍ରକଳ୍ପ ଯେଉଁଥିରେ ୧.୬୭ ଲକ୍ଷ କୋଟି ଟଙ୍କାର ନିବେଶ ହେବାକୁ ରହିଛି ଏବଂ ୩୦ ଲୋକ ନିଯୁକ୍ତି ପାଇବେ, ସେସବୁ ପ୍ରକଳ୍ପକୁ ବିଚାର ପାଇଁ ଉଚ୍ଚ କ୍ଷମତାପନ୍ନ କମିଟିକୁ ପଠାଯାଇଛି।

Leave A Reply

Your email address will not be published.