Jai Odisha
News

୧୭ରେ ଢ଼େଙ୍କାନାଳ ଆସିବେ ଅମିତ ଶାହ

ଭୁବନେଶ୍ୱର,୧୦।୬ : ଆସନ୍ତା ୧୭ ତାରିଖରେ ଦିନିକିଆ ଓଡିଶାଗସ୍ତରେ ଆସିବେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା । ଏଥର ଗସ୍ତରେ ସେ ଢେଙ୍କାନାଳ ଯିବାର କାର୍ଯ୍ୟକ୍ରମ ରହିଛି । ଢେଙ୍କାନାଳର ମହାଜନସମ୍ପର୍କ କାର୍ଯ୍ୟକ୍ରମରେ ସାମିଲ ହେବେ । ଢେଙ୍କାନାଳରୁ ଏହି ମହାଯାତ୍ରା ଆରମ୍ଭ ହେବ । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତେବେ ଶାହ ଆସିବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ହେଲେ କେବଳ ଶାହ ନୁହେଁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବେ ଏହି ଦୁଇ ବରିଷ୍ଠ ନେତା । ଆସନ୍ତା ୧୭ ତାରିଖରେ ଶାହା ଓ ୨୨ ତାରିଖରେ ନଡ୍ଡା ଓଡ଼ିଶା ଆସିବେ। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଉଭୟ ନେତାଙ୍କ ଗସ୍ତକୁ ନେଇ ଏବେ ଉତ୍ସାହିତ ବିଜେପି କ୍ୟାମ୍ପ । ୨୪ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବ । ଏହି ଅବସରରେ କର୍ମୀଙ୍କୁ ଉଭୟ ବରିଷ୍ଠ ନେତା କି ମନ୍ତ୍ର ଦେବେ ତା ଉପରେ ସମସ୍ତଙ୍କ ନଜର ।

 

Leave A Reply

Your email address will not be published.