Jai Odisha
News

୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣା

ଭୁବନେଶ୍ୱର ୧୮/୦୯: ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଯାଉଛି ଶିଶୁଙ୍କ ଜୀବନ। ୧୮ଦିନରେ ୧୩ଜଣ ଶିଶୁଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିବା ବେଳେ ଗତ ୧୨ ଘଣ୍ଟା ମଧ୍ୟରେ ଯାଇଛି ୬ ଶିଶୁଙ୍କ ଜୀବନ।ଯାହାକୁ ନେଇ ବିବାଦରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଶିଶୁ ମୃତ୍ୟୁ ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ତଦନ୍ତ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ମନ୍ତ୍ରୀ  ପ୍ରତିକ୍ରିୟା ଦେଇ କହିଛନ୍ତି  ଶିଶୁମାନଙ୍କର  ଓଜନ କମ ଥିବାରୁ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି।ଚିକିତ୍ସା ଅବହେଳା ଅଭିଯୋଗରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି । ସିଧାସିଧା ଡାକ୍ତର ଓ ନର୍ସକୁ ଦାୟୀ କରିଛନ୍ତି ପରିବାର ଲୋକେ।  ଉତ୍ତେଜନା ପରେ ମେଡିକାଲରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅତିରିକ୍ତ ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

Leave A Reply

Your email address will not be published.