Jai Odisha
News

୨୦୨୨ରେ ଇସ୍ରୋର ପ୍ରଥମ ମିଶନ,ପିଏସ୍ ଏଲ୍ ଭି-ସି୫୨ ର ସଫଳ ପରୀକ୍ଷଣ

ନୂଆଦିଲ୍ଳୀ ୧୪/୦୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ୨୦୨୨ରେ ନିଜର ପ୍ରଥମ ରକେଟ ପ୍ରକ୍ଷେପଣ କରିଛି । ସୋମବାର ୫ଟା ୫୯ ମିନିଟ୍‌ରେ ଇସ୍ରୋ ମହାକାଶକୁ ଆର୍ଥ ଅବ୍‌ଜର୍‌ଭେସନ ସାଟେଲାଇଟ (ପିଏସଏଲଭି-ସି୫୨)ର ସଫଳ ଉତ୍‌କ୍ଷେପଣ କରିଛି । ଭାରତୀୟ ମହାକାଶ ଓ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଉ ଏକ ବଡ଼ ସଫଳତା । ପିଏସ୍ ଏଲ୍ ଭି-ସି୫୨ ର ସଫଳ ପରୀକ୍ଷଣ ହୋଇଛି । ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପ୍ରଥମ ମିଶନ ଲଞ୍ଚ କରି ସଫଳ ହୋଇଛି। ଏକାବେଳକେ ୩ଟି ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି ।ସୋମବାର ୫ଟା ୫୯ ମିନିଟ୍‌ରେ ପିଏସ୍ ଏଲ୍ ଭି-ସି୫୨ର ରାଡାର୍‌ ଇମେଜିଙ୍ଗ୍‌ ସାଟେଲାଇଟ୍‌ ‘ଇଓଏସ୍‌-୦୪’ ଓ ଅନ୍ୟ ଦୁଇଟି ଉପଗ୍ରହ ନେଇ ଉତ୍‌କ୍ଷେପଣ ସଫଳ ଉତକ୍ଷେପଣ କରିଛି ଇସ୍ରୋ । ଦୁଇଟି ଉପଗ୍ରହ ମଧ୍ୟରେ ଗୋଟିଏ ହେଉଛି ଷ୍ଟୁଡେଣ୍ଟ ସାଟେଲାଇଟ୍‌ (ଇନ୍‌ସ୍ପେୟାର୍‌ସାଟ୍‌-୧) । ଏହାକୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେସ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି (ଆଇଆଇଏସ୍‌ଟି) ଦ୍ୱାରା ପ୍ରସ୍ତୁତ କରାଯାଇଛି । ଅନ୍ୟଟି ହେଉଛି ଟେକ୍ନୋଲୋଜି ଡେମନ୍‌ଷ୍ଟ୍ରେଟର୍‌ ସାଟେଲାଇଟ୍‌ (ଆଇଏନ୍‌ଏସ୍‌-୨ଟିଡି), ଯାହାକୁ ଇସ୍ରୋ ନିର୍ମାଣ କରିଛି । ସେହିଭଳି ଇଓଏସ୍‌ (ଆର୍ଥ ଅବ୍‌ଜର୍ଭେସନ୍‌ ସାଟେଲାଇଟ୍‌)-୦୪ ହେଉଛି ଏକ ରାଡାର୍‌ ଇମେଜିଂ ସାଟେଲାଇଟ୍‌ । ସମସ୍ତ ପାଣିପାଗ ସ୍ଥିତିରେ ଏହା ଉଚ୍ଚମାନର ଫଟୋ ଉତ୍ତୋଳନ କରିପାରିବ । କୃଷି, ଜଙ୍ଗଲ ଓ ବୃକ୍ଷରୋପଣ, ମୃତ୍ତିକା ଓ ବନ୍ୟା ଆଦି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ । ଏହାର ଓଜନ ୧୭୧୦ କିଲୋଗ୍ରାମ୍‌ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.