Jai Odisha
News

୨୦୨୨-୨୩ ସୁଦ୍ଧା ଡିଜିଟାଲ କରେନ୍ସି ଆରମ୍ଭ କରିବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ ୦୧/୦୨ :ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରିପ୍ଟୋକ୍ୟୁରେନ୍ସି ସମ୍ବନ୍ଧରେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ୨୦୨୨-୨୩ ସୁଦ୍ଧା ନିଜର ଡିଜିଟାଲ ମୁଦ୍ରା ଆଣିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ କରେନ୍ସି ଲଞ୍ଚ କରିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ଡିଜିଟାଲ କରେନ୍ସିର ନାମ ରହିବ ‘ଡିଜିଟାଲ ରୁପି’ । ବଜେଟ ପୂର୍ବରୁ ଆଗତ ହୋଇଥିବା ଅର୍ଥନୈତିକ ସର୍ଭେରେ କ୍ରିପ୍ଟୋକରେନ୍ସି ଉପରେ କିଛି କୁହାଯାଇ ନଥିଲା । ଡିଜିଟାଲ କରେନ୍ସି ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗୁହେବ । ଦେଶରେ ଗତ ଏକ ବର୍ଷ ଧରି କ୍ରିପ୍ଟୋ କାରବାର ଅହେତୁକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।ଏଥିପାଇଁ ବ୍ଲକ୍ ଚେନ୍ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ବ୍ୟବହାର କରାଯିବ । ସେହିଭଳି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭର୍ଚୁଆଲ୍ ଡିଜିଟାଲ୍ ସମ୍ପତ୍ତି ଆମଦାନୀରୁ ୩୦% ହାରରେ ଟ୍ୟାକ୍ସ ଆଦାୟ ହେବ।ତେବେ ସମବାୟ ସରଚାର୍ଜ ୧୨% ରୁ ୭% କୁ ହ୍ରାସ କରାଯାଇଛି । ଏଥର ମଧ୍ୟ ଆୟକର ଛାଡ ଦିଆଯିବ ନାହିଁ। ଆୟକର ସ୍ଲାବ ଅପରିବର୍ତ୍ତିତ ରହିବ । ଜାନୁଆରୀରେ ୧,୪୦,୯୮୬ କୋଟି ଟଙ୍କାର ରେକର୍ଡ ଜିଏସ୍‌ଟି ସଂଗ୍ରହ କରାଯାଇଛି ସେ ସୂଚନା ଦେଇଛନ୍ତି। ଭାରତରେ ଜିଏସ୍‌ଟି ଲାଗୁ ହେବା ପରଠାରୁ ଏହା ହେଉଛି ସର୍ବୋଚ୍ଚ ଜିଏସ୍‌ଟି ସଂଗ୍ରହ । ସେହିଭଳି ଆୟକର ରିଟର୍ଣ୍ଣ ଦାଖଲ ତ୍ରୁଟି ସଂଶୋଧନ କରିବାର ସୁଯୋଗ ପ୍ରଦାନ କରିବାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ମହଲତ ମିଳିଛି।

Leave A Reply

Your email address will not be published.