Jai Odisha
News

୨୦୨୩ ବଜେଟ: ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଜେଟ

ନୂଆଦିଲ୍ଲୀ,୧।୨ : ମହିଳାମାନଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  | ବଜେଟରେ ମହିଳା ସଶକ୍ତିକରଣକୁ ଗୁରୁତ୍ବ । ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ମହିଳା ଓ ଯୁବତୀଙ୍କ ପାଇଁ ଆସୁଛି ନୂଆ ସ୍କିମ୍ । ଯାହାର ନାଁ ହେଲା ମହିଳା ସମ୍ମାନ ବଚତ୍ ସ୍କିମ୍ ।  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟରେ 2 ବର୍ଷ ଯାଏଁ ମହିଳା ଓ  ଯୁବତୀ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବେ। ଏହି ସ୍କିମରେ ଫିକ୍ସଡ ସୁଧହାର ବାର୍ଷିକ ୭.୫ ପ୍ରତିଶତ ମିଳିବ। ମଝିରେ ଜମାକାରୀ ଚାହିଁଲେ ଆଂଶିକ ଭାବେ ଟଙ୍କା ୱିଥଡ୍ର  କରିପାରିବେ।  କୌଣସି ବି ମହିଳା ଏହି ସ୍କିମରେ ନିବେଶ କରି ଟାକ୍ସରୁ ରକ୍ଷା ପାଇପାରିବେ । ଦୃଷ୍ଟିରୁ ମହିଳାଙ୍କୁ  ଆର୍ଥିକ ସ୍ବାବଲମ୍ବୀ ସହ ଏସଏଚଜି ମାନଙ୍କୁ ଆହୁରି  ଆର୍ଥିକ ସଶକ୍ତ କରିବାକୁ ବଜେଟରେ ନୂଆ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।  ଦୀନଦୟାଲ ଅନ୍ତୋଦୟ ଯୋଜନା ନ୍ୟାସନାଲ୍ ରୁରାଲ ଲାଇଭଲିହୁଡ୍ ମିଶନରେ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ନେଇ  ୮୧ ଲକ୍ଷ ଏସଏଚଜି ସୃଷ୍ଟି କରାଯାଇଛି । ଏହିସବୁ  ଗ୍ରୁପ ଗୁଡିକୁ ନେଇ ଲାର୍ଜ ପ୍ରଡ୍ୟୁସର ଏଣ୍ଟରପ୍ରାଇଜର୍ସ ଗଠନ କରିବେ ସରକାର। ଯେଉଁଥିରେ ହଜାରରୁ ଅଧିକ ସଦସ୍ୟ ରହିବେ । ମାନଙ୍କୁ ସରକାରଙ୍କ ପକ୍ଷରୁ କଞ୍ଚାମାଲ ଯୋଗାଇ ଦିଆଯିବା ସହ ସେମାନଙ୍କ  ଉତ୍ପାଦିତ ସାମଗ୍ରୀ ବ୍ରାଣ୍ଡିଂ  ଓ ମାର୍କେଟିଂ ପାଇଁ ସହାୟତା ଯୋଗାଇ ଦେବେ ସରକାର। ଆର୍ଥିକ ସହାୟତା ସହ ମହିଳାମାନଙ୍କୁ ପ୍ରଶିକ୍ଷଣ ମିଳିବ।  ଏହାଦ୍ବାରା ଏସସି, ଏସଟି , ଓବିସି ମହିଳାଙ୍କ ସହ ସମାଜର ଦୁର୍ବଳ ଶ୍ରେଣୀ ବିଶେଷ ଭାବେ ଉପକୃତ ହେବେ ।

 

Leave A Reply

Your email address will not be published.