Jai Odisha
News

୨୦୨୩ ମାର୍ଚ୍ଚ ସୁଦ୍ଧା ଦେଶରେ ଆରମ୍ଭ ହେବ ୫-ଜି ମୋବାଇଲ ସେବା

ନୂଆଦିଲ୍ଲୀ ,୦୧/୦୨ : ସଂସଦରେ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବଜେଟ୍ ଉପସ୍ଥାପନ କରୁଛନ୍ତି ।  ତେବେ ବଜେଟ ଅଭିଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀ ପ୍ରଥମେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନୂଆ ଆର୍ଥିକ ବର୍ଷ ଅର୍ଥାତ  ୨୦୨୨-୨୩ରେ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହେବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ପ୍ରସଙ୍ଗରେ ଘୋଷଣା କରିଥିବା ବେଳେ ସବୁ ଗ୍ରାମକୁ ଅପ୍ଟିକାଲ ଫାଇବର ସଂଯୋଗ କରାଯିବ ବୋଲି କୁହାଯାଇଛି । ଏଥିପାଇଁ ୨୦୨୨ ଓ ୨୦୨୩ରେ ଠିକା ପ୍ରଦାନ କରାଯିବ ଓ ୨୦୨୫ ସୁଦ୍ଧା ଅପଟିକାଲ ଫାଇବର ବିଛାଇବା କାମ ସଂପୂର୍ଣ୍ଣ ହେବ । କେବଳ ଏତିକି ନୁହେଁ ଏହା ମଧ୍ୟ କୁହାଯାଇଛି ୫ଜି ସେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଦେଶରେ ୫ଜି ସେବା ଆରମ୍ଭ ପାଇଁ ୨୦୨୨ରେ ହିଁ ୫ଜି ସ୍ପେକ୍ଟ୍ରମ ନିଲାମ ହେବ ଓ ୨୦୨୩ ମାର୍ଚ୍ଚ ପୂର୍ବରୁ ହିଁ ଦେଶରେ ୫-ଜି ସେବା ଆରମ୍ଭ ହେବ ।

 

Leave A Reply

Your email address will not be published.