Jai Odisha
News

୨୦୨୪ ଜାନୁଆରୀରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ,୨୬/୧୦:୨୦୨୪ ଜାନୁଆରୀରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର। ମକର ସଂକ୍ରାନ୍ତିରୁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାଏ ଏହି ସୂଚନା ଦେଇଛନ୍ତି। ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ବର୍ତ୍ତମାନ ଭବ୍ୟ ରାମ ମନ୍ଦିରର ୫୦% କାମ ଶେଷ ହୋଇଛି। ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ବର୍ତ୍ତମାନ ଯାଏ ହୋଇଥିବା କାମର ମାନ ସନ୍ତୋଷଜନକ ରହିଛି। ଅଯୋଧ୍ୟାରେ ଭବ୍ୟ ଦୀପତ୍ସୋବ ପରେ ପ୍ରଥମଥର ପାଇଁ ରାମମନ୍ଦିର ନିର୍ମାଣ ସ୍ଥଳ ଦେଖିବାକୁ ଟ୍ରଷ୍ଟ ପକ୍ଷରୁ ଗଣମାଧ୍ୟମକୁ ଆମନ୍ତ୍ରଣ କରାଯାଇଥିଲା। ଗତ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଧ୍ୟାନ କରିଥିବା ନିର୍ମାଣ ସ୍ଥଳ ପାଖକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଆଯାଇଥିଲା।   ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କାମର ମାନ ମଧ୍ୟ ବେଶ୍‌ ଉଚ୍ଚକୋଟୀର। ୨୦୨୪ ମକର ସଂକ୍ରାନ୍ତି ଅବସରରେ ମନ୍ଦିରରେ ରାମଚନ୍ଦ୍ରଙ୍କ ମୂର୍ତ୍ତି ସ୍ଥାପନ କରାଯିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ମନ୍ଦିର ଖୋଲାଯିବ।

Leave A Reply

Your email address will not be published.