Jai Odisha
News

୨୦୨୪ ନିର୍ବାଚନ ଲଢ଼ିବି : ଜୋ ବାଇଡେନ

ଓ୍ବାଶିଂଟନ,୨୫।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି। ତାଙ୍କ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଶେଷ ହୋଇଛି। ଏହା ସ୍ପଷ୍ଟ ହୋଇଛି ବାଇଡେନ ପୁଣି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।  ଆମେରିକା ରାଷ୍ଟ୍ରପତି ପଦକୁ ନେଇ ଜୋ ବାଇଡେନ୍‌ ବଡ଼ ଘୋଷଣା କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଲଢିବା ନେଇ ବାଇଡେନ୍‌ ନିଜ ଟ୍ବିଟର ପେଜ୍‌ରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସେ ୨୦୨୦ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିଲେ ଓ ଜାନୁଆରୀ ୨୦୨୧ରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ଦ୍ବିତୀୟ ଥର ପାଇଁ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିବେ ବୋଲି କୁହାଯାଉଛି।୮୦ ବର୍ଷୀୟ ବାଇଡେନ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି। ଫେବୃଆରୀରେ ଡାକ୍ତରମାନେ ବାଇଡେନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରୀକ୍ଷା କରିଥିଲେ। ଏହା ପରେ ସେ ଡ୍ୟୁଟି ପାଇଁ ଫିଟ୍ ବୋଲି ଘୋଷଣା କରାଯାଇଥିଲା। ସେ ସପ୍ତାହକୁ ପାଞ୍ଚ ଥର ବ୍ୟାୟାମ କରନ୍ତି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ତାଙ୍କ ରେକର୍ଡ଼ରୁ ଜଣାପଡ଼ିଛି ଯେ ସେ ନିଜ କାମ ପାଇଁ ମାନସିକ ସ୍ତରରେ ଅତ୍ୟନ୍ତ ତୀକ୍ଷ୍ଣ ତଥା ଚତୁର ଅଛନ୍ତି। ତଥାପି ସେ ପୁନର୍ବାର ନିର୍ବାଚନ ମଇଦାନକୁ ଓହ୍ଲାଇବା ଏକ ଐତିହାସିକ ପଦକ୍ଷେପ।

Leave A Reply

Your email address will not be published.