Jai Odisha
News

୨୧ରୁ ଆରମ୍ଭ ହେବ ବିଧାନ ସଭା ବଜେଟ୍ ଅଧିବେଶନ

ଭୁବନେଶ୍ବର,୨।୨ : ଫେବୃୟାରୀ ୨୧ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ଏପ୍ରିଲ୍ ୬ ତାରିଖ ଯାଏ ଚାଲିବ। ୨ଟି ପର୍ଯ୍ୟାୟରେ ବସିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ଚାଲିବ ଅଧିବେଶନ। ସେହିପରି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଏ ୬ ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ଅପରପକ୍ଷେ, ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ।

Leave A Reply

Your email address will not be published.