Jai Odisha
News

୨୨ ଭୂବିଜ୍ଞାନୀଙ୍କୁ ଜାତୀୟ ଭୂବିଜ୍ଞାନ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ,୨୫।୭: ୨୨ ଭୂବିଜ୍ଞାନୀଙ୍କୁ ଜାତୀୟ ଭୂବିଜ୍ଞାନ ପୁରସ୍କାର ପ୍ରଦାନ|ଖଣି ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ମସିହା ପାଇଁ ଜାତୀୟ ଭୂବିଜ୍ଞାନ ପୁରସ୍କାର(ଏନ୍‌ଜିଏ) ପ୍ରଦାନ କରାଯାଇଛି। ୩ଟି ବର୍ଗରେ ୨୨ଜଣ ଭୂବିଜ୍ଞାନୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଉତ୍ସବରେ ଗତ ୪ ଦଶନ୍ଧି ଧରି ଭୂବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ଡା. ଓମ୍‌ ନାରାୟଣ ଭାର୍ଗବଙ୍କୁ ଜାତୀୟ ଭୂବିଜ୍ଞାନ ପୁରସ୍କାର ଦିଆଯାଇଥିଲା। ସେହିପରି ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡା. ଅମୀୟ କୁମାର ସାମଲଙ୍କୁ ଜାତୀୟ ଯୁବ ଭୂବିଜ୍ଞାନୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଅମୀୟ ଓଡ଼ିଶାର ଯାଜପୁର ଜିଲା ବାଲିପଡିଆ ଗ୍ରାମର ବୋଲି ଜଣାପଡିଛି। ପିତା ପ୍ରମୋଦ କୁମାର ସାମଲ ଏବଂ ମାତା ଜୋତ୍ସାରାଣୀ ସାମଲଙ୍କ ସେ ସୁସନ୍ତାନ। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇ ସେ କେବଳ ନିଜ ଗ୍ରାମ ପାଇଁ ନୁହେଁ, ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଅମୀୟ କଟକ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଜିଓଲୋଜି ଅନର୍ସରେ ବିଏସ୍‌ସି ପାସ୍‌ କରିଥିଲେ। ପରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଏବଂ ଡକ୍ଟରେଟ୍‌ ଡିଗ୍ରୀ ହାସଲ କରିଥିଲେ। ବର୍ତ୍ତମାନ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.