Jai Odisha
News

୨୩ ଓ ୨୪ ତାରିଖରେ ରାଜଧାନୀସହ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯।୪ : ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ତାପମାତ୍ରା କମିବ। ଆସନ୍ତା ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି।ରାଜ୍ୟରେ ୨୧ ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି । ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ଦୁଇ ଦିନ ପରେ ତାପମାତ୍ରା ହ୍ରାସ ପାଇବ । ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ସମ୍ଭବ ହେଉନାହିଁ । ସ୍କାଏମେଟ୍‌ର ସୂଚନା ଅନୁସାରେ ରାଜସ୍ଥାନର ଥର ମରୁଭୂମି ଏବଂ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଗରମ ଏବଂ ଶୁଷ୍କ ବାୟୁ ଯୋଗୁଁ ରାଜ୍ୟରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି । ୨୦ ଏବଂ୨୧ ତାରିଖରେ ଦକ୍ଷିଣ ଓଡ଼ିଶାର କେତକ ସ୍ଥାନ ସହ ବଲାଙ୍ଗୀର,ମୟୁରଭଞ୍ଜ, ଗଞ୍ଜାମ ଏବଂ ଗଜପତି ସହ କୋରାପୁଟର କେତକ ସ୍ଥାନରେ ଘଡଘଡ଼ି ସହ ବର୍ଷା ହୋଇପାରେ । ୨୨ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ । ଏଥିଯୋଗୁଁ ତାତିରୁ ସମାନ୍ୟ ଆଶ୍ୱସ୍ତି ମିଳିବ । ଏପ୍ରିଲ ୨୩ ଏବଂ ୨୪ ତାରିଖରେ ରାଜ୍ୟର ବିଭିନ୍ନ ଅଂଶରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.