Jai Odisha
News

୨୪ ଘଣ୍ଟା ଖୋଲା ରହିବ ରେଷ୍ଟୁରାଣ୍ଟ ଏବଂ ବାର୍‌

ନୁଆଦିଲ୍ଲୀ,୩୧।୧୨: ଚାରି ଏବଂ ପାଞ୍ଚ ତାରକା ହୋଟେଲ ଓ ବାର୍ ଗୁଡିକ ଏବେ ୨୪ ଘଣ୍ଟା ଖୋଲା ରହିବ । ରେଷ୍ଟୁରାଣ୍ଟ ଏବଂ ବାରକୁ ବର୍ତ୍ତମାନ ଦିନରାତି ଖୋଲା ରହିବାକୁ ଅନୁମତି ଦିଆଯିବ କାରଣ ନୂତନ ବର୍ଷ ପୂର୍ବରୁ ଲାଇସେନ୍ସ ନିୟମାବଳୀ ସହଜ କରିଛନ୍ତି ଦିଲ୍ଲୀ ସରକାର। ସେହିପରି ତିନି ତାରକା ଥିବା ହୋଟେଲରେ ସକାଳ ୨ ଟା ପର୍ଯ୍ୟନ୍ତ ଏବଂ ବାକିଗୁଡିକ ସକାଳ ୧ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ନୂଆ ବର୍ଷ ଉପଲକ୍ଷେ ହସପିଟାଲିଟି ଶିଳ୍ପକୁ ଦିଲ୍ଲୀ ପ୍ରଶସନ ଏହି ଉପହାର ଦେଇଛି । ଏୟାରପୋର୍ଟ, ରେଳ ଷ୍ଟେସନ୍ ଏବଂ ଆନ୍ତରାଜ୍ୟ ବସ୍ ଷ୍ଟାଣ୍ଡରେ ମଧ୍ୟ ଏହା ୨୪ ଘଣ୍ଟା ପରିଚାଳିତ ହୋଇପାରିବ ।

Leave A Reply

Your email address will not be published.