Jai Odisha
News

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୦୧/୦୮: ରାଜ୍ୟରେ ତଳମୁହାଁ ହେଲା ଦୈନିକ କରୋନା ଗ୍ରାଫ୍ ।  ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩୪,ସଙ୍ଗରୋଧରୁ ୪୬୬ ଓ ସ୍ଥାନୀୟ ୩୩୧। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୩,୯୪୨କୁ ବୃଦ୍ଧି ପାଇଛି। ୧୨,୯୮,୦୧୬ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ ହଜାର ୭୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।୨୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୧୭୬ ଜଣ, ଖୋର୍ଦ୍ଧାୁ ୧୧୩ ଜଣ, ମୟୂରଭଞ୍ଜରୁ ୬୭ ଜଣ, ସମ୍ବଲପୁରରୁ ୬୬ ଜଣ, ବୌଦ୍ଧରୁ ୩୮ ଜଣ, କଳାହାଣ୍ଡିରୁ ୩୭ ଜଣ, ବରଗଡ଼ରୁ ୩୮ ଜଣ, ବଲାଙ୍ଗୀରରୁ ୨୮ ଜଣ, ସୋନୁପରୁ ୨୩ ଜଣ, କଟକରୁ ୨୧ ଜଣ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୯ ଜଣ ଲେଖାଁଏ, କଳାହାଣ୍ଡିରୁ ୧୮ ଜଣ, ନୟାଗଡ଼ରୁ ୧୭ ଜଣ, କେନ୍ଦୁଝରରୁ ୧୩ ଜଣ, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୧୧ ଜଣ ଲେଖାଁଏ, ଦେବଗଡ଼ରୁ ୯ ଜଣ, ବାଲେଶ୍ବରୁ ୮ ଜଣ, ଭଦ୍ରକରୁ ୭ ଜଣ, ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାର ୫ ଜଣ ଲେଖାଁଏ, କୋରାପୁଟରୁ ୪ ଜଣ, ଢ଼େଙ୍କାନାଳରୁ ୩ ଜଣ, ଜଗତସିଂହପୁର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୭ ଜଣ ଆକ୍ରାନ୍ତ ରହିଛନ୍ତି।

Leave A Reply

Your email address will not be published.