Jai Odisha
News

୨ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧/୧୧ :୨ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଗସ୍ତ ସମୟରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହେବ । ବେଙ୍ଗାଲୁରୁରେ ପହଞ୍ଚି ପ୍ରଧାନମନ୍ତ୍ରୀ କେମ୍ପେଗୌଡା ବିମାନ ବନ୍ଦର ଟର୍ମିନାଲ-୨ରେ ଉଦ୍‌ଘାଟନ କରିବେ । ଏହି ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇ ଗୁଣା ବୃଦ୍ଧି ପାଇବ । ବର୍ତ୍ତମାନ ଏଠାରେ ବାର୍ଷିକ ଅଢେଇ କୋଟି ଯାତ୍ରୀ ଯାତାୟତ କ୍ଷମତା ଥିବା ବେଳେ ଏହା ବାର୍ଷିକ ୫ରୁ ୬କୋଟିକୁ ବୃଦ୍ଧି ପାଇବ । ଏହାସହ ବନ୍ଦେ ଭାରତ ଏକ୍ସପ୍ରେସ ଓ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନ ଯାତ୍ରାର ମଧ୍ୟ ଶୁଭାରମ୍ଭ କରିବେ ମୋଦି । ବେଙ୍ଗାଲୁରୁଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୧୦୮ ମିଟର ଉଚ୍ଚତା ବିଶିଷ୍ଟ ନାଦପ୍ରଭୁ କେମ୍ପେଗୌଡାଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତିର ଉନ୍ମୋଚନ ହେବ । ବେଙ୍ଗାଲୁରୁ ନଗରୀ ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେଗୌଡାଙ୍କ ଅବଦାନକୁ ସ୍ମରଣ କରିବାକୁ ଏହି ପ୍ରତିମୂର୍ତ୍ତି ନିର୍ମିତ ହୋଇଛି ।ଏହାପରେ ନଭେମ୍ବର ୧୨ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ୧୦ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୋଦି । ପରେ ଅପରାହ୍ନରେ ତେଲଙ୍ଗାନାର ରାମଗୁଣ୍ଡମସ୍ଥିତ ଆର.ଏଫ.ସି.ଏଲ. କାରଖାନା ପରିଦର୍ଶନ ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।

Leave A Reply

Your email address will not be published.