Jai Odisha
News

୩ମାସ ହେବ ମିଳିନି ଖାଉଟିଙ୍କୁ ଚାଉଳ,ପଞ୍ଚାୟତରେ ୮୬୬ କୁଇଣ୍ଟାଲ ଚାଉଳ ଗାୟବ

ନବରଙ୍ଗପୁର,୦୫/୦୭,’-ସରକାର ଦୁର୍ନୀତି ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି । ହେଲେ କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ସବୁ ପ୍ରୟାସ ଫେଲ ମାରୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଆମଳାଭଟ୍ଟା ପଞ୍ଚାୟତ । ଖାଉଟି ପାଇଁ ଆସିଥିବା ଚାଉଳକୁ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଖାଉଟିଙ୍କ ପାଇଁ ଆସିଥିବା ୮୬୬କୁଇଣ୍ଟାଲ ଚାଉଳ ଗାୟବ ଏବେ ଚର୍ଚ୍ଚାର ବିଷୟ ପାଳିଟିଛି । ଏଥିପାଇଁ ଦାଇ କିଏ ଯୋଗାଣ ସହାୟକ ନାଁ ପଂଚାୟତ ନିର୍ବାହୀ ଅଧିକାରୀ ପିଇଓ ??? ୩ମାସ ହେବ ଚାଉଳ ପାଇନଥିଲେ ଖାଉଟିବା ପଞ୍ଚାୟତ ବାସୀ । ଏବିଷୟରେ ସରପଞ୍ଚ କାର୍ତ୍ତିକ ମୁଦୁଲି ଜାଣିବା ପରେ ନିଜେ ଏହାର ତଦନ୍ତ କରି ପିଇଓ ଏବଂ ଯୋଗାଣ ସହାୟକଙ୍କୁ ଚାଉଳର ଲିଷ୍ଟ ମାଗିଥିଲେ ଏହାପରେ ପ୍ରକୃତ ଘଟଣାଟି ସାମ୍ନାକୁ ଆସିଲା । ଏହାପରେ ୮୬୬କୁଇଣ୍ଟାଲ ଚାଉଳ ହେରଫେର ନେଇ ଖବର ଦେଇଥିଲେ ବ୍ଲକ ପ୍ରଶାସନକୁ ଏହାପରେ ବ୍ଲକ ପ୍ରଶାସନର ନିଦ ଭାଙ୍ଗିଥିଲା । ଏହାପରେ ତେନ୍ତୁଳିଖୁଣ୍ଟି ବି ଡି ଓ ଶ୍ରୀ ଭଇ,ଯୋଗାଣ ଅଧିକାରୀ ରହିତ ମାଝୀ , ଏବଂ ପୋଲିସ ଆସି ଗୋଦାମ କୁ ସିଲ ପକାଇଥିଲେ ଏବଂ ରବିବାର ଦିନ ଆସି ଗୋଦାମରୋ ତାଲା ମିସିନ ସାହାଯ୍ୟରେ କାଟି ଦେଖିବା ବେଳକୁ ଗଦାମରେ ମାତ୍ର ୧୯୧କୁଇଣ୍ଟାଲ ଚାଉଳ ଅଛି ବାକି 866 କୁଇଣ୍ଟାଲ ଚାଉଳ ଗାୟବ ହାଇଯାଇଛ। ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ପ୍ରଶାସନ ଗ୍ରାମବାସୀଙ୍କୁ ବୁଝାସୁଝା କରି ତଦନ୍ତ ଆରମ୍ଭ କରିଛନ୍ତି ସତ ହେଲେ ବର୍ତ୍ତମାନ ବି ସନ୍ଦେହ ଘେରରେ ରହିଛି ଗରିବ ଖଟିଖିଆ ପାଇଁ ଆସୁଥିବା ସରକାରୀ ଚାଉଳ ଗଲା କୁଆଡେ ଏଥିପାଇଁ ଦାୟୀ କିଏ ପଞ୍ଚାୟତ ନିର୍ବାହୀ ଅଧିକାରୀ ନା ଯୋଗାଣ ସହାୟକ ।ବ୍ଲକ ଦାୟିତ୍ୱରେ ଥିବା ଯୋଗାଣ ଅଧିକାର ଏହାପୂର୍ବରୁ କେବେ ତଦନ୍ତ କରି ନାହାନ୍ତି କଣ ପାଇଁ ? ଯେତେବେଳେ ପଞ୍ଚାୟତରେ ୧ହଜାର ୫୦୧ ଚାଉଳ କାର୍ଡଧରି ଅଛନ୍ତି ସେମାନେ ୩ ମାସ ହେବ ଚାଉଳ ପାଇ ନାହାନ୍ତି ତୋ ଏତେ ଦିନରୁ ଯୋଗାଣ ଅଧିକାରୀ କଣ କରୁଥିଲେ ।ଏହା ର ସମାଧାନ ପାଇଁ ଜିଲ୍ଲାସ୍ତରୀୟ ତଦନ୍ତ ହେବା ଦରକାର ।

Leave A Reply

Your email address will not be published.