Jai Odisha
News

୩ୟ ଟ୍ବେଣ୍ଟି-୨୦: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ହାଇଦ୍ରାବାଦ , ୨୫/୦୯:  ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ମ୍ୟାଚ୍  ହାଇଦ୍ରାବାଦରେ  ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି ଏବଂ ସିରିଜ୍ ୧-୧ରେ ସ୍ଥିତିରେ ରହିଛି । ନିର୍ଣ୍ଣାୟକ ମୁକାବିଲା ଜିତି ଦୁଇ ଦଳ ସିରିଜ୍ ଜିତିବାକୁ ଲକ୍ଷ୍ୟ ରହିଛନ୍ତି। ତେଣୁ ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଟ୍ରଫି ହାସଲ କରିବାକୁ ପ୍ରସ୍ତୁତ । ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଋଷଭ ପନ୍ତଙ୍କୁ ବାଦ୍ ଦିଆଯାଇ ଚୂଡାନ୍ତ ଏକାଦଶରେ ଭୁବନେଶ୍ଵର କୁମାରଙ୍କୁ ସାମିଲ୍ କରାଯାଇଛି।ତେବେ ରାଜିବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଅନ୍ତିମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହେବ ବୋଲି ଦର୍ଶକ ଆଶା ରଖିଛନ୍ତି। ସଂନ୍ଧ୍ୟା ୬.୩୦ମିନିଟରେ ଟସ୍‌ ପଡ଼ିଥିଲା। ତେବେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମୋହାଲିରେ ୨୦୮ ରନ୍‌ ସଂଗ୍ରହ କରି ମଧ୍ୟ ଭାରତ ପରାଜିତ ହୋଇଥିଲା । ନାଗପୁରରେ ବର୍ଷା ବାଧା ସୃଷ୍ଟି କରିବାରୁ ୮ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ବିଜୟୀ ହୋଇଥିଲା । ବିଜୟ ସତ୍ତେ୍ୱ ଭାରତ କିଛି ଦୁର୍ବଳତା ଦୂର କରିପାରି ନଥିଲା। ଯଶପ୍ରୀତ ବୁମରା ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ହର୍ଷଲ ପଟେଲ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ ।ଉଭୟ ଦଳ ବର୍ତ୍ତମାନ ସିରିଜରେ ୧-୧ ସ୍ତରରେ ରହିଛନ୍ତି। ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତକୁ ୪ ୱିକେଟରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ଏହି ସିରିଜରେ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ଏହା ପରେ ଟିମ୍ ଇଣ୍ଡିଆ ଦୃଢ଼ ପ୍ରତିଶୋଧ ନେଇ ନାଗପୁରରେ ଖେଳାଯାଇଥିବା ୮ ଓଭର ବିଶିଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ମ୍ୟାଚ୍‌ ଛଡ଼ାଇନେଇଥିଲା। ବର୍ତ୍ତମାନ ଉଭୟ ଦଳ ନିର୍ଣ୍ଣାୟକ ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ମୌଦାନକୁ ଓହ୍ଲାଇବେ।

ଭାରତ ପକ୍ଷରୁ କେ.ଏଲ ରାହୁଲ, ରୋହିତ୍‌ ଶର୍ମା(ଅଧିନାୟକ), ବିରାଟ କୋହଲି, ସୁର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ(ଓ୍ବିକେଟ କିପର୍), ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର,ଜସପ୍ରିତ୍‌ ବୁମରାହ ଓ ୟୁଜବେନ୍ଦ୍ର ଚହଲ ମ୍ୟାଚ ଖେଳିବେ।

ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ ଫିଞ୍ଚ, କ୍ୟାମେରନ୍ ଗ୍ରୀନ୍, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ଟିମ୍ ଡେଭିଡ, ଜୋଶ ଇଂଲିସ, ମାଥ୍ୟୁ ୱେଡ, ଡାନିଏଲ ସାମ୍‌ସ, ପ୍ୟାଟ କୁମିନ୍ସ, ଆଡାମ ଜାମ୍ପା, ଜୋଶ ହାଜଲେଉଡ ମ୍ୟାଚ୍‌ ଖେଳିବେ। ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ।

 

Leave A Reply

Your email address will not be published.