Jai Odisha
News

୩୮ ବର୍ଷ ପରେ ଉଦ୍ଧାର ହେଲା ଯବାନଙ୍କ ମରଶରୀର

ନୂଆଦିଲ୍ଲୀ, ୧୫।୮: ୩୮ ବର୍ଷ ପରେ ସିଆଚେନ୍‌ରୁ ମିଳିଲା ଯବାନଙ୍କ ମୃତ ଶରୀର। ପାକିସ୍ତାନ ସୀମାନ୍ତ ସିଆଚେନରେ ସହିଦ ହୋଇଥିବା ଲାନ୍ସ ନାଏକ ଚନ୍ଦ୍ରଶେଖରଙ୍କର ଦେହାବଶେଷକୁ ୩୮ ବର୍ଷ ପରେ ଉଦ୍ଧାର କରାଯାଇଛି। ୧୯୮୪ରେ ସିଆଚେନରେ ହୋଇଥିବା ଅପରେସନ ମେଘଦୂତରେ ଲାନ୍ସ ନାଏକ ଚନ୍ଦ୍ରଶେଖର ସାମିଲ ଥିଲେ। ମାତ୍ର ଏହି ଅପରେସନ ସମୟରେ ଚନ୍ଦ୍ରଶେଖର ନିଖୋଜ ହୋଇଯାଇଥିଲେ। ଅଗଷ୍ଟ ୧୩ (ଶନିବାର) ସିଆଚେନ ଗ୍ଲାସିୟରସ୍ଥିତ ଏକ ପୁରୁଣା ବଙ୍କରରୁ ଅସ୍ଥି କଙ୍କାଳ ଓ ସେନା ପକ୍ଷରୁ ସୈନିକମାନଙ୍କୁ ମିଳୁଥିବା ଏକ ଧାତବ ଚାଦରରେ ଖୋଦିତ ବ୍ୟାଚ ନମ୍ବର ପ୍ଲେଟ୍‌କୁ ଉଦ୍ଧାର କରାଯାଇଛି। ଉଦ୍ଧାର ନମ୍ବରରୁ ଚନ୍ଦ୍ରଶେଖରଙ୍କ ପରିଚୟ ମିଳିଛି।୩୮ ବର୍ଷ ପରେ ବରଫ ଭିତରୁ ଶବ ଉଦ୍ଧାର କରାଯାଇଛି  । ସିଆଚେନ୍ ଗ୍ଲାସିଅରରେ ବରଫ ଧସିବା କାରଣରୁ ପ୍ରାଣ ହରାଇଥିବା ଲାନସନାୟକ ଚନ୍ଦ୍ରଶେଖର ହରବୋଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ମିଳିବାର ସୂଚନା ପାଇବା ପରେ ପରିବାର ପକ୍ଷରୁ ଏବେ ପୂରା ରୀତିନୀତିରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।  ସହିଦ ଚନ୍ଦ୍ରଶେଖରଙ୍କର ପତ୍ନୀ (୬୫) ଓ ଦୁଇ ଝିଅ ଅଛନ୍ତି। ମୃତାବଶେଷ ଉଦ୍ଧାର ପରେ ଚନ୍ଦ୍ରଶେଖରଙ୍କ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଚନ୍ଦ୍ରଶେଖରଙ୍କ ଘର ହେଉଛି ଉତ୍ତରାଖଣ୍ଡର ହଲଦୱାନି। ତାଙ୍କ ଦେହାବଶେଷକୁ ହଲଦୱାନି ପଠାଯିବା ଲାଗି ସେନା ପକ୍ଷରୁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଦୀର୍ଘ ୩୮ ବର୍ଷ ପରେ ସହିଦ ଚନ୍ଦ୍ରଶେଖରଙ୍କ ମରଶରୀର ଉଦ୍ଧାର କରାଯିବା ସହ ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.