Jai Odisha
News

୩ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ,ଆଜି ଯୋଗଦେବେ ଏମ୍‌ସ ର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୭।୧: ୩ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭେୟ| ଆଜି ଏମ୍‌ସ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ  । ଆଜି ହେଉଛି ଏମ୍ସର  ୪ର୍ଥ ସମାବର୍ତ୍ତନ ଉତ୍ସବ।  ଏହି କାର୍ଯ୍ୟକ୍ରମରେ ତିନି କେନ୍ଦ୍ରମନ୍ତ୍ରୀ ଯୋଗ ଦେଉଛନ୍ତି।ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭେୟ,  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡ.ଭାରତୀ ପ୍ରବୀଣ  ପାଓ୍ୱାର ଅତିଥି ଭାବେ ଯୋଗ ଦେବେ। ସେ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ଏମ୍‌ସ ପରିସରରେ ଏକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍‌ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଏନ୍‌ଟିପିସି ସହାୟତାରେ ପ୍ରାୟ ୧୯.୮୭ କୋଟି ବ୍ୟୟରେ ନିର୍ମିତ ଏହି ବର୍ଣ୍ଣ ସେଣ୍ଟର୍‌ରେ ୬ଟି ଆଇସିୟୁ ବ୍ୟବସ୍ଥା ସହିତ ୬ଟି କ୍ୟାବିନ୍‌ ସମେତ ୩୬ଟି ଶଯ୍ୟା ରହିଛି । ୨୦୧୮  ଅଗଷ୍ଟ ୨୫ରେ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡୁଙ୍କ ଦ୍ବାରା ଏହି ବର୍ଣ୍ଣ ସେଣ୍ଟର୍‌ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିଲା। ସରକାରୀ ବ୍ୟବସ୍ଥାରେ ପ୍ରଥମ କୁହାଯାଉଥିବା ଏହି ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ପୋଡ଼ାଜଳା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେବ।  ଏଥିସହିତ ସମାବର୍ତ୍ତନ ଉତ୍ସବ ଅବସରରେ ଅତିଥିମାନଙ୍କ ଦ୍ବାରା ଏମ୍‌ସରେ ଏକ କ୍ରିଟିକାଲ୍ କେୟାର ହସ୍ପିଟାଲ୍‌ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍‌-ଆଭିମ୍‌) ଯୋଜନା ଅନ୍ତର୍ଗତ ଦେଢ଼ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍‌ର ବ୍ୟୟ ଅଟକଳ ପ୍ରାୟ ୧୯୨ କୋଟି ରଖାଯାଇଛି । କୋଭିଡ୍‌ ମହାମାରୀ ପରେ ସଂକ୍ରମଣଜନିତ ରୋଗ ନିମନ୍ତେ ଏପରି କ୍ରିଟିକାଲ୍‌ କେୟାର୍‌ ହସ୍‌ପିଟାଲ ଲୋକଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି।କୋଭିଡ୍‌ ମହାମାରୀ ପରେ ସଂକ୍ରମଣଜନିତ ରୋଗ ନିମନ୍ତେ ଏପରି କ୍ରିଟିକାଲ୍‌ କେୟାର୍‌ ହସ୍‌ପିଟାଲ ଲୋକଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଏହି ଅବସରରେ ଅତିଥିମାନେ ବିଭିନ୍ନ ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୪୦ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରିବେ।

Leave A Reply

Your email address will not be published.