Jai Odisha
News

୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ ୩ ବର୍ଷରେ ହେବ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ ୦୧/୦୨ :   ସଂସଦରେ ବଜେଟ୍ ଉପସ୍ଥାପନ  କଲେ   କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅନେକ ଜନକଲ୍ୟାଣକାରୀ ଯୋଜନା ବାବଦରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହାସହ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆତ୍ମନିର୍ଭର ଭାରତ ଅନୁସାରେ, ୧୬ ଲକ୍ଷ ଯୁବପୀଢିଙ୍କୁ ଚାକିରୀ ଦିଆଯିବ। ଏହି ବଜେଟ୍‌ ଯୋଗେ କୃଷକ, ଯୁବପୀଢିଙ୍କୁ ଫାଇଦା ମିଳିବ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି। ଆଗକୁ ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି ।  ସେ ଆହୁରି କହିଛନ୍ତି ଯେ,  ଦେଶରେ ସୁଦୃଢ଼ ହେବ ଗମନାଗମନ ସୁବିଧା । ଗମନାଗମନ କ୍ଷେତ୍ରକୁ ନେଇ ଆରମ୍ଭ ହେବ ପିଏମ୍‍ ଗତିଶକ୍ତି । ଆକାଶପଥ, ଜଳପଥ, ରେଳପଥ ଓ ସଡ଼କପଥରେ ଯାତାୟାତ ପାଇଁ ପିଏମ୍‍ ଗତିଶକ୍ତି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଦ୍ୱାରା ଯାତ୍ରୀମାନେ ଯାତ୍ରାକରିବାର ସୁବିଧା ପାଇପାରିବେ । ମାତ୍ର ୩ ବର୍ଷରେ ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ କାର୍ଯ୍ୟକ୍ଷମ କରାଯିବ ନେଇ କୁହାଯାଇଛି । ତାହା ସହ ୨୦୨୨-୨୩ ମଧ୍ୟରେ ୨୫ ହଜାର କିମି ହାଇୱେ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

 

Leave A Reply

Your email address will not be published.