Jai Odisha
News

୪୦ ଡିଗ୍ରୀ ପାରଦରେ ଗଣତନ୍ତ୍ର ଦିବସ ପାଳନ କଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ୨୬/୦୧: ଚଳିତ ବର୍ଷ ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ । ୧୯୪୭, ଅଗଷ୍ଟ ୧୫ ତାରିଖରେ ଆମେ ବ୍ରିଟିଶ ଶାସନ କବଳରୁ ମୁକ୍ତ ହୋଇଥିଲୁ । ୧୯୫୦ ମସିହା, ଜାନୁଆରୀ ଆଜିର ଦିନ ଭାରତରେ ସମ୍ବିଧାନ ଲାଗୁ ହୋଇଥିଲା । ଏହା ଅନ୍ତର୍ଗତ ଭାରତକୁ ଏକ ଗଣତାନ୍ତ୍ରିକ ଦେଶ ଭାବେ ଘୋଷଣା କରାଗଲା । ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହା, ଆଜିର ଦିନ ୨୧ ତୋପର ସଲାମି ସହିତ ଜାତୀୟ ପତାକା ଉଡ଼ାଇ ଭାରତକୁ ପୂର୍ଣ୍ଣ ଗଣତନ୍ତ୍ରିକ ରାଷ୍ଟ୍ର ଘୋଷଣା କଲେ । ଏହି ସ୍ମୃତିରେ ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ ।   ଆଜି ସାର| ଦେଶ ପାଳୁଛି ୭୩ ତମ ଗଣତନ୍ତ୍ର ଦିବସ ।  ସବୁରି ମୁହଁରେ ଗୋଟିଏ ସ୍ୱର ଭାରତ ମାତା କି ଜୟ । ତେବେ ଦେଶପାଇଁ ଥିବା ଗୁରୁତ୍ୱପୂର୍ଣ୍ଣ ଅବଦାନ ବହନ କରୁଥିବା ଯବାନ ମାନେ ମଧ୍ୟ୪୦ ଡିଗ୍ରୀ ତାପମାନରେ ବି ଆଇଟିବିପି ଯବାନମାନେ ଉଡାଇଛନ୍ତି ଜାତୀୟ ପତାକା ।  ସାଧାରଣତନ୍ତ୍ର ଦିବସ ଅବସରରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ଆଇଟିବିପି) ହିମବୀର ଯବାନମାନେ ଲଦାଖରେ ୪୦ ଡିଗ୍ରୀ ତାପମାନରେ ବି ଆଇଟିବିପି ଯବାନମାନେ ଉଡାଇଛନ୍ତି ଜାତୀୟ ପତାକା । ମନେ ପକାଇଦେଇଛନ୍ତି ଦେଶ ମାତୃକା ପ୍ରତି ଥିବା ଭଲପାଇବା ଓ କର୍ତ୍ତବ୍ୟ । କେବଳ ପତାକା ଉଡାଇନାହାଁନ୍ତି ଶତ୍ରୁ ଦେଶକୁ ବି ଦେଖାଇଛନ୍ତି ଆଜି ବୀରପୁତ୍ର ଅଛନ୍ତି ଏହି ମାଆର ସ୍ୱାଗତ କରିବାକୁ ।

Leave A Reply

Your email address will not be published.