Jai Odisha
News

୫ଜି ସ୍ପେକ୍ଟମ ନିଲାମୀ, ଆଗରେ ରିଲାଏନ୍ସ ଜିଓ

ନୂଆଦିଲ୍ଲୀ,୦୧/୦୮: 5G ସ୍ପେକ୍ଟ୍ରମ ପାଇଁ ନିଲାମୀ ସପ୍ତମ ଦିନରେ ଶେଷ ହୋଇଛି । ଭାରତରେ ଏପର୍ଯ୍ୟନ୍ତ ସବୁଠୁ ବଡ଼ ସ୍ପେକ୍ଟ୍ରମ ନିଲାମୀ ସୋମବାର ଶେଷ ହୋଇଛି । ୭ଦିନ ଧରି ଚାଲୁଥିବା ଏହି ନିଲାମୀରେ ୧.୫ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୫ ଜି ବ୍ୟାଣ୍ଡ୍ ର ରେକର୍ଡ ବିକ୍ରି ହୋଇଛି । ଏହି ନିଲାମୀରେ ଜିଓ ସବୁଠୁ ଅଧିକ ଟଙ୍କାର ବିଡ୍ ଲଗାଇ ଅନ୍ୟ ଟେଲିକମ କମ୍ପାନୀମାନଙ୍କ ଠାରୁ ଆଗରେ ରହିଛି । ତେବେ ନିଲାମୀ ବାବଦରେ ଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ ଘୋଷଣା ହେବା ବାକି ରହିଛି ।  ମିଳିଥିବା ସୂଚନା ଅନୂଯାୟୀ, ସମୁଦାୟ ୧,୫୦,୧୭୩ କୋଟି ଟଙ୍କାର ବିଡ୍ ହୋଇଥିଲା । ହାଇ ସ୍ପିଡ୍ ଇଣ୍ଟରନେଟ୍ ପାଇଁ ହେଉଥିବା ଏହି ୫ଜି ସ୍ପେକ୍ଟ୍ରମ ର ନିଲାମୀ ଗତ ବର୍ଷ ବିକ୍ରି ହୋଇଥିବା ୭୭,୮୧୫ କୋଟି ଟଙ୍କାର ୪ ଜି ସ୍ପେକ୍ଟ୍ରମ ଠାରୁ ପ୍ରାୟ ଦୁଇ ଗୁଣା ଅଧିକ । ଏହି ଅର୍ଥ ୨୦୧୦ ରେ ୩ଜି ନିଲାମୀରୁ ମିଳିଥିବା ୫୦,୯୬୮ କୋଟିର ତିନିଗୁଣା । ରିଲାଏନ୍ସ ଜିଓ ୫ଜି ପାଇଁ ସବୁଠୁ ଅଧିକ ବିଡ୍ ଲଗାଇଛି । ଜିଓ ପରେ ଭାରତୀ ଏୟାରଟେଲ ଲିମିଟେଡ ଏବଂ ଭିଆଇ ରହିଛନ୍ତି । କୁହାଯାଉଛି ଅଦାନୀ ଗ୍ରୁପ୍ ନିଜର ବ୍ୟବସାୟ ପରିଚାଳନା ପାଇଁ ୫ ଜି ବ୍ୟାଣ୍ଡ୍ ର ୨୬ ମେଗାହର୍ଟଜ ସ୍ପେକ୍ଟ୍ରମ କିଣୁଛି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କମ୍ପାନୀ କେତେ ସ୍ପେକ୍ଟ୍ରମ କିଣିଛି ତାହା ଜଣାପଡ଼ିନାହିଁ, ଏହା ନିଲାମୀ ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ଶେଷ ହେବା ପରେ ଜଣାପଡ଼ିବ । ଜୁଲାଇ ୨୬ରୁ ଆରମ୍ଭ ହୋଇଥିଲା ନିଲାମୀ ପ୍ରକ୍ରିୟା ସପ୍ତମ ଦିନରେ ଶେଷ ହୋଇଛି । ଏଥିରୁ ସରକାରଙ୍କୁ ୧,୫୦,୧୭୩ କୋଟି ଟଙ୍କା ମିଳିଛି । ଏହି ରାଜସ୍ୱ ସଂଗ୍ରହ ସ୍ପେକ୍ଟ୍ରମ ବିକ୍ରିକୁ ମିଳିଛି । ଅର୍ଥାତ କେନ୍ଦ୍ର ସରକାର ୧.୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ସ୍ପେକ୍ଟ୍ରମ ଟେଲିକମ କମ୍ପାନି ଗୁଡିକୁ ବିକ୍ରି କରିଛନ୍ତି। ଏହି ସାତ ଦିନରେ ମୋଟ ୪୦ ରାଉଣ୍ଡ ସ୍ପେକ୍ଟ୍ରମ ନିଲାମୀ ଚାଲିଥିଲା ଏଥିରେ ଦୂରସଂଚାର କମ୍ପାନି ଗୁଡିକ ବେଶ ଉତ୍ସାହ ସହ ବୋଲି ଲଗାଇଥିଲେ । ଏହି ଆୟ ସରକାରଙ୍କ ଆଶାଠାରୁ ମଧ୍ୟ ବେଶି ଅଧିକ । ଏହାସହ ଗତ ବର୍ଷର ନିଲାମୀ ଡକାରାଠାରୁ ଅଧିକ ଆୟ ରେକର୍ଡ କରାଯାଇଛି । ଏହି ନିଲାମୀରୁ ସରକାର ୮୦,୦୦୦ କୋଟି ଟଙ୍କା ଆୟ କରିବା ନେଇ ଅନୁମାନ ରଖିଥିଲେ । ଏବେ ୧୦ ଦିନ ମଧ୍ୟରେ କମ୍ପାନି ଗୁଡିକୁ ଏହି ଟଙ୍କାର ପୈଠ କରିବାକୁ ପଡିବ। ନିଲାମୀରେ ବୋଲି ଲଗାଇଥିବା କମ୍ପାନି ଗୁଡିକ ୭୫୦୦  କୋଟି ଟଙ୍କା ଦେବାର ଅଛି । ଏହା ପରେ ସରକାର କମ୍ପାନି ଗୁଡିକୁ ଅଗଷ୍ଟ ୧୫ ପୂର୍ବରୁ ପ୍ରଥମ ସ୍ପେକ୍ଟ୍ରମ ଆବଣ୍ଟନ କରିବେ। କମ୍ପାନି ଗୁଡିକୁ ସେପ୍ଟେମ୍ୱର-ଅକ୍ଟୋବର ସୁଦ୍ଧା 5G ସେବା ଆରମ୍ଭ କରିପାରନ୍ତି । 5G ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେଇଥିବା କମ୍ପାନି ଗୁଡିକ ମଧ୍ୟରେ ରିଲାଏନ୍ସ ଜିଓ, ଭାରତୀୟ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଆଦନୀ ଏଣ୍ଟରପ୍ରାଇଜେସ ସାମିଲ ଅଛି ।

Leave A Reply

Your email address will not be published.