Jai Odisha
News

୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର , ୮।୨:ଦୂର୍ନୀତିଗ୍ରସ୍ତଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।  ୫ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।  ଇଞ୍ଜିନିୟର୍, ସିଡିପିଓ, ଅଙ୍ଗନବାଡ଼ି ସୁପରଭାଇଜର୍, ପୁଲିସ୍ ଇନ୍ସପେକ୍ଟର୍, ରେଭିନ୍ୟୁ ସୁପରଭାଇଜର୍ ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।  ବିଦା ହୋଇଥିବା ସରକାରୀ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି; ବାରିପଦା ଆସିଷ୍ଟାଣ୍ଟ ଇଂଜିନିୟର ସନ୍ତୋଷ କୁମାର ଦାସ, ଜଗତସିଂହପୁର ବାଲିକୁଦାର ସିଡିପିଓ ସରଳା ଦେଇ, ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁ, ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପୋଲିସ ଇନ୍‌ସପେକ୍ଟର ରାମଚନ୍ଦ୍ର ବେହେରା, କେନ୍ଦୁଝର ସଦର ତହସିଲ କାର୍ୟ୍ୟାଳୟର ରାଜସ୍ୱ ସୁପରଭାଇଜର ହୃଦାନନ୍ଦ ସାହୁ ।

Leave A Reply

Your email address will not be published.