Jai Odisha
News

୫ ଜିଲାକୁ କାଳବୈଶାଖୀ ସମ୍ଭାବନା , ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର, ୨୨।୫: ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବରେ   ବର୍ଷା ହୋଇଛି । ୨୪ ତାରିଖ ପରଠୁ ରାଜ୍ୟରେ ବେଶୀ କାଳବୈଶାଖୀ ମଧ୍ୟ ଅନୁଭୂତ ହେବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାୟୁ ମଣ୍ଡଳ ଉପରି ଭାଗରେ ଦକ୍ଷିଣପଶ୍ଚିମ ଉତ୍ତରପ୍ରଦେଶ ରୁ ଝାଡ଼ଖଣ୍ଡ ଯାଏ ଏକ ଟ୍ରପ ଲାଇନ୍ ଅଛି । ତାଛଡା ଓଡିଶା ଉପକୂଳ ଓ ଏହାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ଥିବାରୁ ଏହାର ପ୍ରଭାବରେ କାଳବୈଶାଖୀ ହେବ । ସେଥିପାଇଁ ଦକ୍ଷିଣ ଓଡିଶାର ରାୟଗଡା, କୋରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରି କୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ  ଅନୁଭୂତ ହେବ ।

 

Leave A Reply

Your email address will not be published.