Jai Odisha
News

୫ ରାଜ୍ୟ ବିଧାନସଭା ଭୋଟ୍ ଗଣତି ଆରମ୍ଭ

ନୂଆଦିଲ୍ଲୀ,୧୦/୦୩: ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଭୋଟ ଗଣତି ୮ଟାରୁ ଭୋଟ ଗଣତି ଚାଲିଛି । ଭୋଟ ଗଣତି ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।   ଭୋଟ ଗଣତିକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଲାଗି ରହିଛି । ଉତ୍ତରପ୍ରଦେଶ ବିଧାନସଭା ଭୋଟ ଗଣତି ପାଇଁ ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ କରାଯାଇଛି । ରାଜ୍ୟ ଅବକାରୀ ବିଭାଗ ନିର୍ଦେଶ ଅନୁଯାୟୀ ଆଜି ରାଜ୍ୟରେ ମଦ ବିକ୍ରି ହେବନାହିଁ।   ଉତ୍ତରପ୍ରଦେଶରେ ବିଜେପି ଓ ସପା ମଧ୍ୟରେ ମହାମୁକାବିଲା ଚାଲିଥିବା ବେଳେ ପଞ୍ଚାବରେ କଂଗ୍ରେସକୁ ଟକ୍କର ଦେଉଛି ଆମ୍ ଆଦମୀ ପାର୍ଟୀ । ଏହି ୨ଟି ରାଜ୍ୟ ବ୍ୟତୀତ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ କଂଗ୍ରେସ, ଆପ୍ ସତ୍ତାରେ ଥିବା ବିଜେପି ଓ ତାଙ୍କ ସାଥୀଙ୍କୁ ଟକ୍କର ଦେଉଛନ୍ତି ।

Leave A Reply

Your email address will not be published.