Jai Odisha
News

୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଲେ ଟିଡିସିସିଏଲର ପୂର୍ବତନ ଜିଏମ

ଭୁବନେଶ୍ୱର,୩୧ା୭: ଭିଜିଲାନ୍ସ ଜାଲରେ ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା। ଭୁବନେଶ୍ବରକୁ ଯାଉଥିବା ବେଳେ ଚନ୍ଦ୍ରଗିରି ନିକଟରେ ବସ୍ ଅଟକାଇ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ନଗଦ ୫.୫୪ ଲକ୍ଷ ଟଙ୍କା ଜବତ କରାଯାଇଛି।ଯେଉଁ ସରକାରୀ ପଦବୀରୁ ଅବସର ନେଇଥିଲେ ପରେ ପୁନଶ୍ଚ ସେହି ପଦବୀରେ ସରକାର ସମ୍ପୃକ୍ତ ଅଧିକାରୀଙ୍କୁ ଠିକା ନିଯୁକ୍ତି ଦେଇଥିଲେ। ହେଲେ ବାବୁ ପଦବୀର ଦୁରୋପଯୋଗ କରି ଅମାପ ସମ୍ପତ୍ତି ଏକଜୁଟ କରୁଥିଲେ। ଆଜି ୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଛନ୍ତି ଏହି ବାବୁ। ଏହି ବାବୁ ଗଜପତି ଜିଲ୍ଲା ଆର୍‌. ଉଦୟଗିରି TDCCOL(ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ୍ କର୍ପୋରେସନ୍ ଲିମିଟେଡ୍‌)ର ଜେନେରାଲ ମ୍ୟାନେଜର ଥିଲେ। ତାଙ୍କ ନାଁ ରୋହିତ ପରିଡ଼ା। ସେ ସରକାରଙ୍କ କୃପାରେ ସମାନ ପଦବୀରେ ପୁନଃ ନିଯୁକ୍ତି ପାଇଥିଲେ।ସେ ବସ୍‌ରେ ଏହି ଟଙ୍କା ଧରି ଭୁବନେଶ୍ୱର ଆସୁଥିଲେ। ଚନ୍ଦ୍ରଗିରି ନିକଟରେ ଭିଜିଲାନ୍ସ ତାଙ୍କ ଧରିଥିଲା। ଏତେ ଟଙ୍କା ସେ କେଉଁଠୁ ଆଣିଲେ ବିଧିବଦ୍ଧ ପ୍ରମାଣ ଦେଇପାରିନଥିଲେ। ଯାହା ପରେ ଟଙ୍କାକୁ ଜବତ କରିଥିଲା ଭିଜିଲାନ୍ସ।ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ୩୧ ତାରିଖ ଦିନ ଆର୍ ଉଦୟଗିରି ଟିଡିସିସିଏଲ(ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ)ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ାଙ୍କୁ ଧରିଛି। ସେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଯାତ୍ରା କରୁଥିବା ବସକୁ ଚନ୍ଦ୍ରଗିରିରେ ତାଙ୍କୁ ଅଟକାଇଥିଲା ଟିମ୍। ତାଙ୍କ ନିକଟରୁ ନଗଦ ଟଙ୍କା ୫.୫୪ ଲକ୍ଷ ଟଙ୍କା ମିଳିଥିଲା। ଶ୍ରୀ ପରିଡ଼ା ନଗଦ ଅର୍ଥ ନେଇ ସନ୍ତୋଷଜନକ ଭାବେ ହିସାବ ଦେଇପାରି ନ ଥିବାରୁ ତାଙ୍କଠାରୁ ଏହି ରାଶି ଜବତ କରାଯାଇଥିଲା। ଏହାପରେ ଶ୍ରୀ ପରିଡ଼ାଙ୍କର ଏକକାଳୀନ ତିନିଟି ସ୍ଥାନରେ ଚଢ଼ଉ ଚାଲିଛି। ଅର୍ଥର ଉତ୍ସ ସମ୍ପର୍କରେ ଅଧିକ ତଦନ୍ତ   କରାଯାଉଛି। ଏ

Leave A Reply

Your email address will not be published.