Jai Odisha
News

୫ ହଜାର ଲେଖାଏଁ ଫାଇନ୍‌ ଦାଖଲ କରିବେ ବର୍ଷା ଓ ଅନୁଭବ

କଟକ, ୯/୯ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତି ପାରିବାରିକ ବିବାଦ  ମାମଲାରେ ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଅନୁଭବ ବର୍ଷା । ମାମଲାରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।   ଆସନ୍ତା ୧୪ ତାରିଖ ସୁଦ୍ଧା ଟଙ୍କା ଦାଖଲ କରିବାକୁ ଉଭୟଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଫାମିଲି କୋର୍ଟ କଟକ।

Leave A Reply

Your email address will not be published.