Jai Odisha
News

୬ ଟ୍ରେନ୍‌ ବାତିଲ, ୯ଟିର ଗତିପଥ ବଦଳିଲା

ଭୁବନେଶ୍ୱର, ୩ା୬ : ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ପରେ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ଟ୍ରେନ ବାତିଲ କରାଯାଇଥିବାବେଳେ ୯ଟିର ଗତିପଥ ବଦଳାଯାଇଛି। ସେହିପରି ୬ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି। ବାତିଲ କରାଯାଇଥିବା ଟ୍ରେନଗୁଡିକ ହେଲା ୧୨୮୩୭ ହାୱଡା-ପୁରୀ ଏକ୍ସପ୍ରେସ, ୧୨୮୬୩ ହାୱଡା-ଏସ୍‌ଏମ୍‌ଭିପି ସୁପରଫାଷ୍ଟ ଏକ୍ସପ୍ରେସ, ୧୨୮୩୯ ହାୱଡା-ଚେନ୍ନାଇ ମେଲ୍‌ ଏକ୍ସପ୍ରେସ, ୧୨୮୯୫ ଶାଲିମାର୍‌-ପୁରୀ ଏକ୍ସପ୍ରେସ୍‌, ୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଓ ୦୨୮୩୭ ସାନ୍ତରାଗାଚ୍ଛି-ପୁରୀ ଏକ୍ସପ୍ରେସ। ସେହିପରି ଶନିବାର ପର୍ଯ୍ୟନ୍ତ ୧୮୦୨୨ ଖଡଗପୁର-ଖୋର୍ଦ୍ଧାରୋଡ୍‌ ଏକ୍ସପ୍ରେସ, ୧୨୮୯୧ ବାଙ୍ଗିରିପୋଷି- ଭୁବନେଶ୍ୱର ଏକ୍ସପ୍ରେସ, ୦୮୪୧୨ ଭୁବନେଶ୍ୱର-ବାଲେଶ୍ୱର ମେମୁ , ୧୮୦୨୧ ଖୋର୍ଦ୍ଧା-ଖଡଗପୁର ଏକ୍ସପ୍ରେସ, ୧୨୮୯୨ ଭୁବନେଶ୍ୱର-ବାଙ୍ଗିରପୋଷି ଏକ୍ସପ୍ରେସ, ୧୮୪୧୧ ବାଲେଶ୍ୱର-ଖଡଗପୁର ମେମୁ ଟ୍ରେନ୍‌କୁ ଆଂଶିକ ବାତିଲ ହୋଇଥିବା ସୂଚନା ଦିଆଯାଇଛି।

Leave A Reply

Your email address will not be published.