Jai Odisha
News

୬ ମାସ ପାଇଁ ବନ୍ଦ ହେଲା କେଦାରନାଥପୀଠ କବାଟ

ନୂଆଦିଲ୍ଲୀ,୨୮/୧୦: ୬ ମାସ ପାଇଁ ବନ୍ଦ ହେଲା କେଦାରନାଥପୀଠ କବାଟ|ଶୀତଋତୁକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ପୀଠ କବାଟକୁ ଗୁରୁବାରଠାରୁ ବନ୍ଦ କରିଦିଆଯାଇଛି । ବେଦମନ୍ତ୍ର ଉଚ୍ଚାରଣ, ସେନାର ମରାଠା ରେଜିମେଣ୍ଟ ବ୍ୟାଣ୍ଡ୍‌ର ଭକ୍ତିମୟ ଧୁନ, ସ୍ଥାନୀୟ ଢ଼ୋଲ ଓ ମାଦଳ ପରିବେଷଣ ତଥା ୩ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗୁରୁବାର  କବାଟକୁ ବନ୍ଦ କରାଯାଇଥିଲା । ପରମ୍ପରା ଅନୁସାରେ ବିଶ୍ୱର କଲ୍ୟାଣ ପାଇଁ ୬ମାସ ପର୍ଯ୍ୟନ୍ତ ଏହି କବାଟ ବନ୍ଦ ରହିବ । କବାଟ ବନ୍ଦ ହେବା ପରେ ବାବାଙ୍କ ଚଳନ୍ତି ବିଗ୍ରହର ପାଲିଙ୍କି ଶୀତକାଳୀନ ସ୍ଥାନ ଉଖିମଠର ଓଁକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିଛି । ଗତକାଲି ବିଶେଷ ପୂଜାର୍ଚ୍ଚନା ପରେ ବାବାଙ୍କ ପଞ୍ଚମୁଖୀ ପାଲିଙ୍କିକୁ ମନ୍ଦିର ପରିସର ସଭାମଣ୍ଡପରେ ପ୍ରତିଷ୍ଠା କରାଯାଇଥିଲା । ଉଖିମଠ ଠାରେ ୬ମାସ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହାକୁ ପୂଜାର୍ଚ୍ଚନା କରିପାରିବେ ।

 

Leave A Reply

Your email address will not be published.