Jai Odisha
News

୮୦୦ କୋଟି ଟପିବ ଆଜି ବିଶ୍ୱ ଜନସଂଖ୍ୟା

ନୂଆଦିଲ୍ଲୀ,୧୫/୧୧: ଆଜି ବିଶ୍ୱ ଜନସଂଖ୍ୟା 800 କୋଟିକୁ ଟପିଯିବ । ଜାତିସଂଘ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ମାନବ ବିକାଶରେ ଏହା ଏକ ମାଇଲଖୁଣ୍ଟ ହେବାକୁ ଯାଉଛି । ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁସାରେ ବର୍ତ୍ତମାନ ବିଶ୍ୱରେ ଯେଉଁ ଅନୁପାତରେ ଜନସଂଖ୍ୟା ବଢ଼ି ଚାଲିଛି ଆଗାମୀ ୨୦୩୦ ବେଳକୁ ତାହା ୮୫୦ କୋଟି, ୨୦୫୦ ବେଳକୁ ୯୭୦ କୋଟି ଏବଂ ୨୦୮୦ ବେଳକୁ ୧୦୪୦ କୋଟିରେ ପହଞ୍ଚିବ । ଏହା ପରେ ଜନସଂଖ୍ୟାରେ ସ୍ଥିରତା ଆସିବ । ଅଧିକ ଜନସଂଖ୍ୟା ବୃଦ୍ଧି 8 ଟି ଦେଶରେ ଦେଖିବାକୁ ମିଳିବ । ଏସବୁ ଦେଶ ମଧ୍ୟରେ ରହିଛି ଭାରତ, କଙ୍ଗୋ, ମିଶର, ଇଥିଓପିଆ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଓ ତାଞ୍ଜାନିଆ । ଆସନ୍ତା 2023ରେ ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଚୀନକୁ ପଛରେ ପକାଇବ  |ଜନସଂଖ୍ୟା ବୃଦ୍ଧି ଯୋଗୁ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ଲାଗି ଯେଉଁ ଉଦ୍ୟମ କରାଯାଉଛି ତାହା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୦୨୩ରେ ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଚୀନକୁ ପଛରେ ପକାଇବ ।  ଜନସଂଖ୍ୟାରେ ଚୀନ୍‌କୁ ଭାରତ ଟପିଯିବ । ଏହାର ପ୍ରମୁଖ କାରଣ ହେଉଛି ଚୀନ୍‌ରେ ଏକ ସନ୍ତାନ ନୀତି ।

Leave A Reply

Your email address will not be published.