Jai Odisha
News

ଦିଲ୍ଲୀର ନରେଲାରେ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ,୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀର ନରେଲାରେ ମଙ୍ଗଳବାର ସକାଳେ ଏକ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି  । ଏହି ଅଗ୍ନିକାଣ୍ଡରେ ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୩ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ଅନେକ ଲୋକେ  କାରଖାନାରେ ଫସି ରହିଛନ୍ତି। ଖବର ପାଇ  ଦମକଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।   ନରେଲା ଅଞ୍ଚଳରେ ସକାଳ ୯ଟା୩୫ ମିନଟ୍‌‌ରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ପାଇବା ମାତ୍ରେ ୧୦ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଥିଲେ। କାରଖାନାର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ବ୍ୟକ୍ତି ଗମ୍ଭୀର ରୂପରେ ପୋଡି ଯାଇଛନ୍ତି। ୨ ଜଣ ଲୋକଙ୍କୁ ରେସକ୍ୟୁ କରାଯାଇଛି। ତାଙ୍କୁ ଗମ୍ଭୀର ସ୍ଥିତିରେ ହସ୍ପିଟାଲକୁ ପଠାଯାଇଛି। ଆହତଙ୍କ ସ୍ଥିତି ଗୁରୁତର ରହିଛି।

Leave A Reply

Your email address will not be published.