Jai Odisha
News

ରାସ୍ତାରେ ବଉଳା କୁମ୍ଭୀର,ଭୟରେ ସ୍ଥାନୀୟଲୋକ

ପଟ୍ଟାମୁଣ୍ଡାଇ ,୦୫/୧୧: ରାସ୍ତାରେ ବୁଲୁଛି   ବଉଳା କୁମ୍ଭୀର ।  ରାଜନଗର ଭିତରକନିକା ମୁଖ୍ୟରାସ୍ତା ଘଡିଆମାଳ ନିକଟରେ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା।   ଗତାକାଲି ରାତି ପ୍ରାୟ ୧୧ଟା ବେଳେ କୋଚିଆ ନଦୀରୁ ବ୍ରାହ୍ମଣୀ ନଦୀକୁ ରାସ୍ତା ଦେଇ ଅତିକ୍ରମ କରୁଥିଲା ବଉଳା କୁମ୍ଭୀର । ଏଭଳି ବିଶାଳକାୟ କୁମ୍ଭୀରକୁ ରାସ୍ତା ଉପରେ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ କୁମ୍ଭୀରଟି ସ୍ଥାନୀୟ ଅଞ୍ଚଳର ନଦୀ କିମ୍ବା ପୋଖରୀରେ ଥିବା ସନ୍ଦେହ କରୁଛନ୍ତି ଲୋକେ ।

Leave A Reply

Your email address will not be published.