Jai Odisha
News

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ମୃତିସଭା: ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା,,୯ା୨: ଆଜି ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ପୂର୍ବରୁ ଗତକାଲି ଦିବଙ୍ଗତ ନେତା ନବ ଦାସଙ୍କ ପୁଅ ବିଶାଲ ଓ ଝିଅ ଦୀପାଳି ଦାସ ପ୍ରସ୍ତୁତିର ତଦାରଖ କରିଥିଲେ।ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବାପରେ ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ।   ଶ୍ରଦ୍ଧାଞ୍ଜଳି ମଣ୍ଡପ ନିକଟରେ ନବ ଦାସଙ୍କ ବଡ଼ ବଡ଼ ହୋର୍ଡିଂ ସବୁ ଲାଗିଛି। ନବ ବାବୁଙ୍କ ଏହି ଶ୍ରଦ୍ଧାଞ୍ଜଳି ସଭାରେ ୫୦ ହଜାରରୁ ଅଧିକ ଲୋକଙ୍କ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେଥିପାଇଁ  ୪୦ ରୁ ଅଧିକ କାଉଣ୍ଟର ବ୍ୟବସ୍ଥା ହୋଇଛି। ଭିଭିଆଇପି, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।ଏଣେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ  ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଝାରସୁଗୁଡ଼ା  ବସ୍‌ଷ୍ଟାଣ୍ଡରୁ  ସରବାହଲ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରହିଛି। ପୁଲିସ ପକ୍ଷରୁ ୧୨ ପଏଣ୍ଟରେ ନାକା ଲଗାଯାଇଚି। ସହରରେ ଟ୍ରାଫିକ ସ୍ବାଭାବିକ ରହିଛି। ଯେଭଳି ସଧାରଣ ଲୋକ ପ୍ରଭାବିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।ସେ ନବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥି‌ଲେ।  ଏହାପୂର୍ବରୁ ସେ ନବ କିଶୋର ଦାସଙ୍କ ପତ୍ନୀ ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ସ୍ମୃତିସଭାକୁ ଯାଇଥିଲେ। ଝାରସୁଗୁଡ଼ାର ସରବାହାଲଠାରେ ଆୟୋଜିତ ଏହି ସ୍ମୃତିସଭାରେ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଓ ବିଧାୟକ ଉପସ୍ଥିତ ରହି ନବ ଦାସଙ୍କ ସ୍ମୃତିଚାରଣ କରିଥିଲେ।  ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ାବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ଷ୍ଟେଜ ଉପରେ ଭାଷଣ ଦେବାବେଳେ ବାପାଙ୍କୁ ମନେ ପକାଇ ନବଙ୍କ ଝିଅ ଦୀପାଳି କାନ୍ଦିଥିଲେ। କାନ୍ଦି କାନ୍ଦି ସେ କହିଥିଲେ, ‘ମୁଁ କେବେ ଭାବି ନଥିଲି ମୋ ବାପାଙ୍କ ନାଁ ପୂର୍ବରୁ ସ୍ୱର୍ଗତଃ ଲଗାଇବାକୁ ପଡ଼ିବ। ହେଲେ ଆଜି ଲଗାଇବାକୁ ପଡ଼ୁଛି। ଯେତେବେଳେ ବି ମୁଁ ଷ୍ଟେଜ୍‌କୁ ଆସୁଥିଲି କିଛି କହିବା ପାଇଁ, ପଛରେ ବାପା ବସି ମୋ ଭାଷଣ ଶୁଣୁଥିଲେ ଆଉ କହୁଥିଲେ, ଦୀପାଳି ତୁ ଭଲ କହୁଛୁ। ହେଲେ ଆଜି ସେ ମୋ ପାଖରେ ନାହାନ୍ତି। କିନ୍ତୁ ମୁଁ ଜାଣିଛି ଆଜିବି ସେ ମୋ ପଛ ଆଡ଼େ ଛିଡ଼ା ହୋଇଛନ୍ତି। ଆଜି ବି ମୁଁ ଯାହା କହିବି ସବୁ ସେ ଶୁଣୁଛନ୍ତି। ଆଉ ସବୁବେଳେ ବାପା ମୋ ସହ ଅଛନ୍ତି।’

Leave A Reply

Your email address will not be published.