Jai Odisha
News

ରାଜଧାନୀ ଭୁବନେଶ୍ୱରରେ ନକଲି ନୋଟ

ଭୁବନେଶ୍ୱର,୧୨।୨:   ରାଜଧାନୀ ଭୁବନେଶ୍ୱରରେ ନକଲି ନୋଟ କାରବାର ବଢ଼ିଥିବା ଜଣାପଡ଼ିଛି । ନେପାଳରୁ ବିହାର, ଝାଡ଼ଖଣ୍ଡ ଦେଇ ଓଡ଼ିଶାକୁ ପ୍ରବେଶ କରୁଛି ଜାଲ ନୋଟ୍ । ସେହିପରି ବାଂଲାଦେଶରୁ କୋଲକାତା, ଖଡ଼ଗପୁର ଦେଇ ଓଡ଼ିଶାରେ ନକଲି କରେନ୍ସି କାରବାର କାୟା ମେଲାଇବାରେ ଲାଗିଛି । ରାଜ୍ୟର ଜଳେଶ୍ୱର, ଯାଜପୁର, କଟକ, ଭୁବନେଶ୍ୱର ଓ ପୁରୀର ବିଭିନ୍ନ ସ୍ଥାନକୁ ଏହା ସପ୍ଲାଏ କରାଯାଉଛି । ଅନ୍ୟ ରାଜ୍ୟରୁ ଆସୁଥିବା ଏହି ନୋଟକୁ ଓଡ଼ିଶାର ଏଜେଣ୍ଟମାନେ ବିଭିନ୍ନ ସ୍ଥାନରେ ଅତି ଚତୁରତାର ସହ ପହଞ୍ଚାଉଛନ୍ତି । ନକଲି ନୋଟ ଛାପୁଥିବା ଦଲାଲମାନେ ୧ ଲକ୍ଷ ଟଙ୍କାକୁ ୨୦-୨୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଏହି ନକଲି ଟଙ୍କାକୁ ସାଧାରଣ ଜନତାଙ୍କୁ ଦେଇ ସେମାନଙ୍କଠାରୁ ଅସଲି ନୋଟ୍ ନେଇଯାଉଛନ୍ତି । ତେବେ ଏହି କାରବାରୁ ଅର୍ଜିତ ଅର୍ଥରେ ଆତଙ୍କବାଦୀ ସଂଗଠନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବନ୍ଧୁକ ଓ ବିସ୍ଫୋରକ ସମାଗ୍ରୀ କିଣୁଥିବା ଜଣାପଡ଼ିଛି । ଜାଲ ନୋଟ କାରବାରକୁ ନେଇ ଓଡ଼ିଶା ପୋଲିସ ୧୮୦ରୁ ଅଧିକ ମାମଲା ରୁଜୁ କରିବା ସହିତ ୧୦ ବର୍ଷ ମଧ୍ୟରେ ୩୨୩ ଜଣଙ୍କୁ ଗିରଫ କରିଛି । ଏକ ସପ୍ତାହ ତଳେ ବଲାଙ୍ଗିରରୁ ନକଲି ନୋଟ କାରବାରର ପର୍ଦ୍ଦାଫାସ ହୋଇଥିଲା । ଏହି ଚେର ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି ।

Leave A Reply

Your email address will not be published.