Jai Odisha
News

ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କୋଲକାତା,,୧୭ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଗୁରୁବାର) ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ଏହାକୁ ଉଦଘାଟନ କରିବେ ବୋଲି ପୂର୍ବତଟ ରେଳ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।ଆସନ୍ତାକାଲି ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାୱଡ଼ା ମଧ୍ୟରେ ଦୌଡ଼ିବ ଏହି ସେମି ହାଇସ୍ପିଡ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ ।  ସେଥିପାଇଁ ପୁରୀ ରେଳ ଷ୍ଟେସନରେ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ । ପୁରୀ ରେଳ ଷ୍ଟେସନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଷ୍ଟେସନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଷ୍ଟେସନକୁ ସଜାଯିବା ସହ ରେଳ ଟ୍ରାକକୁ ରଙ୍ଗ କରାଯାଇଛି । ବନ୍ଦେ ଭାରତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ଦିନ 12ଟା 53ରେ ଭିଡିଓ କନଫରେନ୍ସିଂରେ ଫ୍ଲାଗ ଅଫ କରି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ ମୋଦି । ପୁରୀ ଓ କଟକ ରେଳ ଷ୍ଟେସନର ରିଡେଭଲପମେଣ୍ଟ, ବିଛୁପାଲି-ଝରତରଭା ନୂଆ ଲାଇନ ସଂଯୋଗୀକରଣର ଉଦଘାଟନ କରିବେ ପିଏମ । ସମ୍ବଲପୁର ଟିଟିଲାଗଡ଼ ଡବଲ ଲାଇନ, ଅନୁଗୁଳ-ସୁକିନ୍ଦା ନୂଆ ଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡା-ଜାମଗା ତୃତୀୟ ଲାଇନ, ରାଜ୍ୟର ରେଳ ଲାଇନରେ 100 ଶତକଡା ବୈଦ୍ୟୁତିକ ଉପଯୋଗ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପିଏମ୍। ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଗୁରୁବାର ଦିନ ଅପରାହ୍ନ ପ୍ରାୟ ୧ଟା ସମୟରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ଉଦଘାଟନ କରିବେ। ଏହି ଟ୍ରେନ୍ ପ୍ରାୟ ୬ ଘଣ୍ଟା ୨୫ ମିନିଟ ମଧ୍ୟରେ ପୁରୀ ଏବଂ ହାୱଡ଼ା ମଧ୍ୟରେ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ୨୨୮୯୬ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ଭାବେ ମେ’ ୨୦ରୁ ଆରମ୍ଭ ହେବ। ଗୁରୁବାର ବ୍ୟତୀତ ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚାଲିବ।ଏହି ଟ୍ରେନ୍ ଅପରାହ୍ନ ୧.୫୦ ମିନିଟରେ ପୁରୀ ଛାଡିବ ଓ ରାତି ୮.୩୦ ମିନିଟରେ ହାୱଡ଼ାରେ ପହଂଚିବ। ସେହିପରି ସକାଳ ୬.୧୦ ମିନିଟରେ ହାୱଡ଼ା ଛାଡି ପୁରୀରେ ଦିନ ୧୨.୩୫ ମିନିଟରେ ପହଂଚିବ। ୧୬ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର-କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର ଓ ଖଡଗପୁର ଷ୍ଟେସନରେ ରହଣି କରିବ।ପୁରୀ ରେଳ ଷ୍ଟେସନରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପୁରୀ ଓ କଟକ ରେଳଷ୍ଟେସନର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ସହ ବିଛୁପାଲି – ଝରତରଭା ନୂଆ ରେଳ ଲାଇନର ଉଦଘାଟନ, ସମ୍ବଲପୁର-ଟିଟିଲାଗଡ଼ ଲାଇନ ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ, ରାଉରକେଲା-ଝାରସୁଗୁଡା ଓ ମନୋହରପୁର-ବୋନ୍ଦାମୁଣ୍ଡା ୩ୟ ରେଳ ଲାଇନ ଏବଂ ଓଡ଼ିଶାରେ ଶତପ୍ରତିଶତ ରେଳ ଲାଇନ ଇଲେକ୍ଟ୍ରିକରଣ କାର୍ଯ୍ୟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

 

 

Leave A Reply

Your email address will not be published.