Jai Odisha
News

ରଥ ଟାଣୁଟାଣୁ ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୁବନେଶ୍ୱର,୨୦।୬ : ଆଜି  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀର ବଡ଼ଦାଣ୍ଡ କମ୍ପି ଉଠୁଛି । ଶଙ୍ଖ, ଘଣ୍ଟ ସାଙ୍ଗକୁ ଭକ୍ତଙ୍କ କୋହାହଳରେ ଆଜି ଜଗା ଭକ୍ତଙ୍କୁ ଦର୍ଶନ ଦେଉଛି । ଏହି ଅବସରରେ ଦେଶ, ବିଦେଶର ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଛି । ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭ୍ରାଙ୍କ ଦର୍ପଦଳନରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଆଜିର ପ୍ରଚଣ୍ଡ ଖରା ଭକ୍ତ ଆଉ ଭକ୍ତମାନଙ୍କ ମଧ୍ୟରେ ବାଧା ସୃଷ୍ଟି କରିପାରି ନାହିଁ । ତେବେ ଆଜି କେବଳ ପୁରୀ ନୁହେଁ, ରାଜ୍ୟ, ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଚାଲିଛି । ଏହି ଅବସରରେ ଆଜି ଢେଙ୍କାନାଳରୁ ଆସିଛି ଏକ ଦୁଃଖଦ ଖବର । କାଳିଆ ରଥ ଟାଣୁଟାଣୁ ଜଣେ ବୃଦ୍ଧ ସବୁଦିନ ପାଇଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସମସ୍ତେ ରଥଟଣା କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଦେଖୁଦେଖୁ ରଥ ଆଗରେ ଜଣେ ଭକ୍ତଙ୍କର ଜୀବନ ଚାଲିଯାଇଥିଲା । ତେବେ ପ୍ରବଳ ଖରା ହେଉଥିବାରୁ ଅଂଶୁଘାତ କାରଣରୁ ବୃଦ୍ଧଙ୍କର ଜୀବନ ଚାଲିଯାଇଥିବା କୁହାଯାଉଛି ।

 

Leave A Reply

Your email address will not be published.