Jai Odisha
News

ରାଜ୍ୟ ସଭାରେ ମଣିପୁର ଘଟଣାକୁ ନେଇ ହଙ୍ଗାମା,୩୧ ଜୁଲାଇ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୨୮।୭: ରାଜ୍ୟ ସଭାରେ ମଣିପୁର ଘଟଣାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ସ୍ଲୋଗାନ ଓ ହଙ୍ଗାମା ପରେ ରାଜ୍ୟ ସଭାର କାର୍ଯ୍ୟକୁ ସୋମବାର ଅର୍ଥାତ୍‌ ୩୧ ଜୁଲାଇ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମଣିପୁର ହିଂସା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ଦାବିରେ ବିରୋଧୀ ଦଳ ଜିଦ ଧରିଛନ୍ତି। ଲୋକ ସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ଏମପିମାନେ ସ୍ଲୋଗାନ ଦେବା ସହ କୋଳାହଳ ସୃଷ୍ଟି କରିବା ଆରମ୍ଭ କରିଥିଲେ। ଏହା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ଲୋକ ସଭାର କାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଦେଇଥିଲେ।
ସୂଚନାଯୋଗ୍ୟ, ଉଭୟ ଗୃହର ମୌସୁମୀ ଅଧିବେଶନ ୭ ଦିନ ହେବ ଆରମ୍ଭ ହୋଇଥିଲେ ବି ମଣିପୁର ଘଟଣାକୁ ନେଇ ଉଭୟ ଗୃହରେ ପ୍ରତିଦିନ ହଙ୍ଗାମା ଜାରି ରହିବାରୁ ଗୃହ କାର୍ଯ୍ୟ ଆଗକୁ ବଢିପାରୁ ନାହିଁ। କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆସନ୍ତା ସପ୍ତାହରେ ଗୃହରେ ଆଗତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ। ସେହିପରି ଏହା ଉପରେ କେଉଁ ଦିନ ଆଲୋଚନା ହେବ, ତା’ର ତାରିଖ ମଧ୍ୟ ସୋମବାର ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ଅଗଷ୍ଟ ୧ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ମହରାଷ୍ଟ୍ର ଯିବାର ଅଛି। ତେଣୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଏହାର ଉତ୍ତର ସହ ଭୋଟ ବୁଧବାର ଓ ଗୁରୁବାର ହୋଇପାରେ। କାରଣ ପ୍ରଧାନମନ୍ତ୍ରୀ ମୋଦି ହିଁ ଆଲୋଚନା ଶେଷରେ ସବୁ ସଦସ୍ୟ ଉଠାଇଥିବା ପ୍ରଶ୍ନର ଉତ୍ତର ଦେବେ। ତେଣୁ ସେ ଗୃହରେ ଉପସ୍ଥିତ ରହିବା ଜରୁରୀ।

Leave A Reply

Your email address will not be published.