Jai Odisha
News

ଦରଭାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦରଭା ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ପକ୍କା ଖବର ମିଳିବା ପରେ ପୁଲିସ ଦରଭାର ଏଲେଙ୍ଗନାର ଜଂଗଲରେ ଚଢାଉ କରିଥିଲା। ଏଠାରେ ନକ୍ସଲ ପୂର୍ବରୁ କ୍ୟାମ୍ପ କରି ରହିଥିଲେ। ଯବାନ କ୍ୟାମ୍ପକୁ ଚାରି ପଟୁ ଘେରିବା ପରେ ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ପରେ ଯବାନ ଘଟଣାସ୍ଥଳର ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ମୃତ ଦେହ ଉଦ୍ଧାର କରିବା ସହ ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ଆଇଜି ପି.ସୁନ୍ଦରରାଜ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.