Jai Odisha
News

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା । ଚଳିତ ବର୍ଷ କଳାରେ ମୋଟ୍ ୨ ଲକ୍ଷ ୩୭ ହଜାର ୭୫୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି। ସେହିଭଳି ଧନ୍ଦାମୂଳକରେ ୫ ହଜାର ୭୯୨ ଜଣ ପରୀକ୍ଷା ଦେଉଛନ୍ତି। ପ୍ରତିଦିନ ଗୋଟିଏ ସିଟିଂ ଦିନ ୧୦ ଟା ରୁ ୧ଟା ହେଉଛି ପରୀକ୍ଷା। ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ । ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ମିଳିବ । ୫ ମିନିଟ୍ ପୂର୍ବରୁ ଦିଆଯିବ ପ୍ରଶ୍ନପତ୍ର । ପରୀକ୍ଷା ଲାଗି ଭିନ୍ନକ୍ଷମ ମାନଙ୍କୁ ଏକ ଘଣ୍ଟା ଅଧିକ ସମୟ ମିଳିବ ।

ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବାକୁ ହେବନି । ନେହେଲ ଛାତ୍ରଛାତ୍ରୀ ମାନେ ମାଲପ୍ରାକ୍ଟିସ ହେବେ । ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟିମିଂର ବ୍ୟବସ୍ଥା କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ୍ କୌଣସି ପ୍ରଶ୍ନ ପତ୍ରକୁ ବିଶ୍ୱାସ ନ କରିବାକୁ ଉଚ ମାଧ୍ୟମ ଶିକ୍ଷା ପରିଷଦର ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତକାଲିଠୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଉଛନ୍ତି।

Leave A Reply

Your email address will not be published.