Jai Odisha
News

ରାଜ୍ୟରେ 2 ଦିନ ହାଲୁକା ବର୍ଷା

 

ଆସନ୍ତା କାଲି ରାଜ୍ୟରେ ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି | ପ୍ରଚଣ୍ଡ ରୁଦ୍ରତାପରେ ଜନଜୀବନ ହନ୍ତସନ୍ତ ହେଉଥିଲେ | କିନ୍ତୁ ଦୁଇଦିନ ଟିକେ ଆଶ୍ବସ୍ତି ମିଳିବ ଟାଣ ଖରାରୁ | ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ | ରାଜ୍ୟରେ ତାପମାତ୍ରା 35 ଡିଗ୍ରୀ ସେଲସିୟସ ରୁ କମ ରହିଛି | ରାଜ୍ୟରେ ତାତି ସାମାନ୍ୟ ହ୍ରାସ ପାଇଛି | ଆସନ୍ତାକାଲି ରାଜ୍ୟର ଅନୁଗୋଳ, ଢେଙ୍କାନାଳ,କଳାହାଣ୍ଡି , ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ, ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଗତ 24ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ 35 ମିଲିଲିଟର , କଟକ 30 ମିଲିଲିଟର ଓ ଭୁବନେଶ୍ୱର ରେ 15 ମିଲିଲିଟର ବର୍ଷା ହୋଇଥିବାର ରେକର୍ଡ ହୋଇଛି | ଆଉ ଦୁଇ ଦିନ ପରେ ପାଗରେ ପରିବର୍ତନ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରୁ ସୂଚନା ମିଳିଛି |

Leave A Reply

Your email address will not be published.