Jai Odisha
News

24 ବର୍ଷର ବିଫଳ ସରକାର ବିରୁଦ୍ଧରେ ଲୋକସେବା ଭଵନ ଘେରିବ କଂଗ୍ରେସ

ସରକାରଙ୍କ ବିଫଳତା ବିରୋଧରେ ଗର୍ଜିବ କଂଗ୍ରେସ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ୍। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତି ନିଆଯାଇଛି । ୨୪ ବର୍ଷର ବିଫଳ ସରକାର ବିରୋଧରେ ଦୃଢ଼ ପ୍ରତିବାଦ କରିବ କଂଗ୍ରେସ. ଏହି ପ୍ରତିବାଦରେ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରୁ ଯୋଗ ଦେବେ କଂଗ୍ରେସ କର୍ମୀ. ଏହା ସହ ବୁଥ ବୁଥ ବୁଲି ସଂଗଠନ ମଜବୁତ କରିବାକୁ ସମସ୍ତ ଜିଲ୍ଲାର ସଭାପତିଙ୍କୁ କହିଛନ୍ତି ପିସିସି ସଭାପତି ଶରତ ପଟନାୟକ. ନିର୍ବାଚନ ସମୟରେ ବହୁ ଲୋକ ଆସିବେ ଯିବେ। କଂଗ୍ରେସ ସମୁଦ୍ର ରୁ ଢାଳେ ପାଣି ନେଇଗଲେ କଂଗ୍ରେସକୁ କିଛି ଫରକ୍ ପଡିବନି। ୯ ରୁ ୯୦ ମିଶନ ସଫଳ ହେବ ନିଶ୍ଚିତ। ଅଣ ଓଡ଼ିଆ ଲୋକ ରାଜ୍ କରିପାରିବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.