Jai Odisha
News

ଆଜି   ଶ୍ରୀଜିଉଙ୍କୁ ବନକଲାଗି ନୀତି,ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ପୁରୀ ୦୯/୦୨:  ଆଜି   ଶ୍ରୀଜିଉଙ୍କୁ ବନକଲାଗି ନୀତି ଅନୁଷ୍ଠିତ ହେବ ।ଆଜି ମାଘ ମାସ ଶୁକ୍ଳପକ୍ଷ ନବମୀ ତିଥି। ମହାପ୍ରଭୁଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେବ ।  ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଏହି ବିଶେଷ ନୀତି ପାଇଁ ଅପରାହ୍‌ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହୋଇଥାଏ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ । ଏହାପରେ ଠାକୁରଙ୍କ ମହାସ୍ନାନ ବଢି ଯଥାବିଧି ନୀତି ଚାଲିବ ।

 

Leave A Reply

Your email address will not be published.