Jai Odisha
News

36ଇଞ୍ଚର କନ୍ୟା କୁ 5 ଫୁଟର ବର

କୁହାଯାଏ ପ୍ରେମ ସତ୍ୟ , ଶ୍ୱାଶତ ଓ ଚିରନ୍ତନ | ପ୍ରେମ କରିବାକୁ ହେଲେ କୌଣସି ଜାତି ,ଧର୍ମ ,ରୂପ ଦେଖାଯାଏନି | ଏହି କଥାକୁ ସତ୍ୟ ରେ ପରିଣତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ର ଜବଲପୁର ଖମାରିଆର ଏକ ଦମ୍ପତି | 8 ବର୍ଷ ଧରି ଏକା ସାଙ୍ଗରେ କାମ କରୁଥିଲେ ଏକ ଘରୋଇ କମ୍ପାନୀରେ | ତେବେ ବିବାହରେ ଏକ ଆଶ୍ଚଯ୍ୟ କର କଥା ସାମ୍ନାକୁ ଆସିଛି ପୁଅର ଉଚତା 5ଫୁଟ ହୋଇଥିବା ବେଲେ ଝିଅ ର ଉଚ୍ଚତା ମାତ୍ର 36 ଇଞ୍ଚ | ସେମାନଙ୍କର ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି | ଝିଅର ନାମ ସନ୍ଧ୍ୟା ଓ ସେ ରିଭାର ବାସିନ୍ଦା | ଉଚ୍ଚତା କମ ହୋଇଥିବାରୁ ସେ ବିଭିନ ସମୟରେ ସମାଲୋଚନା ହେବାକୁ ପଡୁଥିଲା ତାଙ୍କୁ | ଏହା ମଧ୍ୟରେ ସେ ପ୍ରଭାତ ଙ୍କ ସେ ପରିଚୟ ହୋଇଥିଲେ ଯାହା ଫଳରେ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | କିନ୍ତୁ ଏହାକୁ ନେଇ ସନ୍ଧ୍ୟାର ଘରେ ବାହାଘର ପାଇଁ ମନା କରିଦେଇଥିଲେ | ତେବେ ସନ୍ଧ୍ୟା ଓ ପ୍ରଭାତ ଉଭୟ ସାମାଜିକ ସଂଘଠନ ପ୍ରକ୍ରିୟାରେ ସେ ଶିବମନ୍ଦିରରେ ବିବାହ ହୋଇଥିଲେ | ଏହି ସମ୍ପର୍କରେ ପ୍ରଭାତ କହିଛନ୍ତି ସନ୍ଧ୍ୟା ଜଣେ ଭଲ ଝିଅ ଓ କଳାକାର ମଧ୍ୟ | ମୁ ତାଙ୍କୁ ପାଇ ବହୁତ ଖୁସି ଅଛି | ଏବେ ସେ ମେକ ଅପ କାମ ଶିଖୁଛନ୍ତି |

Leave A Reply

Your email address will not be published.