Jai Odisha
News

ଓଡିଶାରେ 4 ପର୍ଯ୍ୟାୟ ଭୋଟ

ବାଜିଲା ଭୋଟ ଘଣ୍ଟି । ଓଡ଼ିଶାରେ ୪ ପର୍ଯ୍ୟାୟ ହେବ ସାଧାରଣ ନିର୍ବାଚନ । ସାରା ଦେଶରେ ଆଚରଣ ବିଧି ଲାଗୁ ହୋଇସାରିଛି । ସମ୍ପୂର୍ଣ୍ଣ ଅବାଧ ,ମୁକ୍ତ ନିରପେକ୍ଷ ନିର୍ବାଚନ ପାଇଁ ଆଚରଣ ବିଧି କଡାକଡି ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ।ଓଡିଶାର ୪ ଦଫାରେ ମତଦାନ ଗ୍ରହଣ କରାଯିବ । ଯେଉଁ ଦିନ ଲୋକସଭା ଆସନ ପାଇଁ ଭୋଟ ହେବ ସଂପୃକ୍ତ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ କରାଯିବ ।
ଋାଜ୍ୟରେ ୩ କୋଟି ୩୪ଲକ୍ଷ ୭୩ ହଜାର ୫୬୧ ଭୋଟର ନିଜ ପସନ୍ଦର ପ୍ରତିନିଧି ବାଛିବେ । ସୁରୁଖୁରୁରେ ମତଦାନ ପାଇଁ ୩୭୮୦୯ ବୁଥରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ । ରାଜ୍ୟରେ ୧୦୦ବର୍ଷରୁ ଊର୍ଦ୍ଧ୍ବ ପ୍ରାୟ ୯ହଜାର ମତଦାତା ଥିବାବେ‌ଳେ ସେମାନଙ୍କୁ ମିଶାଇ ୮୫ବର୍ଷରୁ ଊର୍ଦ୍ଧ୍ବ ମୋଟ୍ ୩ଲକ୍ଷ ୨ହଜାର ୨୭୩ଜଣ ମତଦାତା ଅଛନ୍ତି। ଏହି ମତଦାତା, ୪୦%ରୁ ଅଧିକ ଭିନ୍ନକ୍ଷମ ଥିବା ବ୍ୟକ୍ତି, କୋଭିଡ-୧୯ ସନ୍ଦିଗ୍ଧ ବା ସଂକ୍ରମିତମାନେ ଘରେ ବସି ଡାକ ବାଲାଟ୍ ମାଧ୍ୟମରେ ଭୋଟ୍ ଦେଇପାରିବେ।
ମେ୧୩, ମେ୨୦, ମେ୨୫ ଓ ଜୁନ୍ ୧ରେ ଓଡ଼ିଶାରେ ୨୧ଟି ‌ଲୋକସଭା ଆସନ ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ମେ ୧୩ରେ ୪ଟି ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନ, ମେ ୨୦ରେ ୫ଟି ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନ, ମେ୨୫ରେ ୬ଟି ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନ, ଜୁନ୍ ୧ରେ ୬ଟି ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଜୁନ୍ ୪ ତାରିଖରେ ମତଗଣନା ସହିତ ଫଳାଫଳ ଘୋଷଣା କରାଯିବ। ରାଜ୍ୟରେ ଏଥର ୩,୩୪,୭୩,୫୬୧ଜଣ ମତଦାତା ଥିବାବେଳେ ଏଥିପାଇଁ ୩୦,୬୫୩ଟି ମତଦାନ ସ୍ଥାନରେ ୩୭,୮୦୯ଟି ପୋଲିଂ ବୁଥ୍ ରହିବ। ସହରାଞ୍ଚଳ‌ରେ ୪୩୮୦ଟି ଏବଂ ଗ୍ରାମାଞ୍ଚଳରେ ୩୩,୪୨୯ଟି କେନ୍ଦ୍ର ରହିଛି। ୧୫୦୦ରୁ ଅଧିକ ଭୋଟର ଥିବା ସ୍ଥାନରେ ସହାୟକ ମତଦାନ କେନ୍ଦ୍ର ସ୍ଥାପନ ହେବ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ମତଦାନ ହେବ ।

Leave A Reply

Your email address will not be published.