Jai Odisha
News

ଓଡ଼ିଶାରେ ଏକକାଳୀନ ୪୧ଟି କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବ

ଭୁବନେଶ୍ୱର,୧୬/୦୨/୨୦୨୪ : କ୍ରିକେଟପ୍ରେମୀ ତଥା ଯୁବପିଢୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜ୍ୟରେ କ୍ରିକେଟର ବିକାଶ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୃହତ ଯୋଜନା ହାତକୁ ନେଇଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏକକାଳୀନ ୪୧ଟି କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବ । ଚଳିତ ମାସ ଶେଷ ସପ୍ତାହରେ ବାରବାଟୀ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କ୍ରିକେଟ ଏକାଡେମୀଗୁଡ଼ିକୁ ଶିଳାନ୍ୟାସ କରିବେ ।
ରାଜ୍ୟର କ୍ରିକେଟ ପ୍ରତିଭାମାନଙ୍କୁ ଅନ୍ୱେଷଣ କରି ସେମାନଙ୍କୁ ଏହି କ୍ରିକେଟ ଏକାଡେମୀମାନଙ୍କରେ ପ୍ରଶିକ୍ଷଣ ଦିଆଯିବ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଏକାଡେମୀ ସ୍ଥାପନ କରାଯିବା ସହିତ ଭୁବନେଶ୍ୱର, କଟକ ପରି ବଡ଼ ବଡ଼ ସହରମାନଙ୍କରେ ମଧ୍ୟ ଏହା ସ୍ଥାପନ କରାଯିବ । ଆଗାମୀ ଦିନରେ ଏହି ଏକାଡେମୀଗୁଡ଼ିକ କ୍ରିକେଟ ପ୍ରତିଭାଙ୍କ ବିକାଶରେ ସହାୟକ ହେବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ପ୍ରତି ଏକାଡେମୀ ପିଛା ପାଖାପାଖି ୧୦-୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏସିଏ ପକ୍ଷରୁ ପ୍ରଶିକ୍ଷଣଙ୍କୁ ନିଯୁକ୍ତି ଦିଆଯିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ (ବିସିସିଆଇ) ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ବୃହତ ଯୋଜନା ହାତକୁ ନିଆଯାଇଛି ।

Leave A Reply

Your email address will not be published.