Jai Odisha
News

ଗ୍ୟାସ୍‌ ଡିପୋରେ ନିଆଁ,ଜଣେ କର୍ମଚାରୀଙ୍କର ମୃତ୍ୟୁ

ସମ୍ବଲପୁର, ୩୧।୦୫:ସମ୍ବଲପୁର  ଅଇଁଠାପାଲ୍ଲୀ ଥାନା ସିଂଘପାଲିରେ ଗୋ-ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ । ଜଣେ କର୍ମଚାରୀଙ୍କର   ମୃତ୍ୟୁ ହୋଇଛି ।  ସିଂଘପାଲି ସ୍ଥିତ ମାଁ ଦୁର୍ଗା ଗୋ-ଗ୍ୟାସ୍‌ ଗୋଦାମରେ ହଠାତ୍‌ ନିଆଁ ଲାଗିଯାଇଥିଲା ।ଗୋଦାମରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ଜଣେ କର୍ମଚାରୀଙ୍କ ଜୀବନ ଚାଲିଯାଇଥିଲା । ନିଆଁରେ ପୋଡି ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଅଗ୍ନକାଣ୍ଡରେ ଅନେକ ସାମଗ୍ରୀ ପୋଡି ନଷ୍ଟ ହୋଇଥିବାର ସୂଚନା ମିଳିଛି । କିନ୍ତୁ ଏବେ ଯାଏଁ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କିପରି ଭାବେ ଗ୍ୟାସ୍‌ ଗୋଦାମରେ ନିଆଁ ଲାଗିଲା । ସେନେଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.