Jai Odisha
News

94 ତମ `ମନ କି ବାତ୍’ ,ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ,୩୦/୧୦: 94 ତମ `ମନ କି ବାତ୍’ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ମନ୍ କି ବାତ୍‌ରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଆଦିବାସୀ ଯୁବତୀଙ୍କ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସୌର ଶକ୍ତି ମାଧ୍ୟମରେ କିପରି ସେ ଅନ୍ୟକୁ ରୋଜଗାର ଦେଉଛନ୍ତି ସେ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦୁଝରର ଯୁବତୀ କୁନି ଦେହୁରୀ ନିଜ ଉଦ୍ୟମରେ ସୌର ଶକ୍ତିକୁ ବ୍ୟବହାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଯାହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସୌର ଶକ୍ତିରେ ବିଶ୍ବର ଭବିଷ୍ୟତ ରହିଛି । ଭାରତରେ ସୌର ଶକ୍ତିରୁ ବିଜୁଳିର ଉତ୍ପାଦନ ହେଉଛି । କୁସୁମ ଯୋଜନାରେ ଚାଷୀମାନେ ସୋଲାର ପମ୍ପ ଲଗାଇପାରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ମାସରେ ୨୩ଟି ‘ଆଇଆଇଟି’ ସେମାନଙ୍କର ‘ରିସର୍ଚ ପ୍ରୋଜେକ୍ଟ୍‌’ ପ୍ରଦର୍ଶନ କରିବାକୁ ଆସିଥିଲେ। ନବଜାତକ ବା କୋଳଛୁଆଙ୍କ ପାଇଁ ‘ଆଇଆଇଟି-ଭୁବନେଶ୍ବର ଟିମ୍‌’ ଗୋଟାଏ ‘ପୋର୍ଟେବ୍ଲ୍‌ ଭେଣ୍ଟିଲେଟର୍‌’ ନିର୍ମାଣ କରିଛି। ଏହି ଭେଣ୍ଟିଲେଟର୍‌ ବ୍ୟାଟେରି ବଳରେ ଚାଲିପାରିବ। ଦୂରଦୂାନ୍ତର ଅଞ୍ଚଳରେ ଅପରିପକ୍ବ ନବଜାତକମାନଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରିହେବ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୯୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ଏହା ସହ IIT ଭୁବନେଶ୍ବର ପକ୍ଷରୁ ବିକଶିତ କରାଯାଉଥିବା ପୋଟେବଲ୍ ଭେଣ୍ଟିଲେଟର କଥା ମଧ୍ୟ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଉପାନ୍ତ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବାର ସୁବିଧା ମିଳିବ । ବିଶେଷ କରି ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ଜୀବନ ବଞ୍ଚାଇ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମହାକାଶ ବିଜ୍ଞାନରେ ଭାରତ କମାଲ କରୁଛି ।ଭାରତ ନିକଟରେ ଏକସଙ୍ଗେ ୩୬ ସାଟେଲାଇଟ୍ ଲଞ୍ଚ କରିଛି  ବୋଲି ପିଏମ୍‌ କହିଛନ୍ତି । ଦେଶବାସୀଙ୍କୁ ଛଟ୍ ପୂଜାର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ । ବିଦେଶରେ ମଧ୍ୟ ଭାରତର ସଂସ୍କୃତିକୁ ପାଳନ କରାଯାଉଛି ।ମହାକାଶ ଅଭିଯାନ ସଫଳ ପ୍ରସଙ୍ଗ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ସେ ପୁରୁଣା ଦିନ କଥା ସବୁ ମନେଅଛି। ଭାରତକୁ ‘କ୍ରାୟୋଜେନିକ୍‌ ରକେଟ୍‌ ଟେକ୍ନୋଲୋଜି’ ଦେବାକୁ ଅଗ୍ରାହ୍ୟ କରାଯାଇଥିଲା। କିନ୍ତୁ, ଭାରତୀୟ ବୈଜ୍ଞାନିକମାନେ କେବଳ ସ୍ବଦେଶୀ ବୈଷୟିକ ବିଦ୍ୟା ବିକଶିତ କରିନାହାନ୍ତି, ବରଂ ଆଜି ଏହାଦ୍ବାରା ମହାକାଶକୁ ଏକକାଳୀନ ଅନେକଗୁଡ଼ିଏ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରୁଛନ୍ତି।

Leave A Reply

Your email address will not be published.